Latest Odisha News

୧୫ ଦିନର କାମ ମାତ୍ର ୫ ଦିନରେ; ପାସ୍‌ପୋର୍ଟ ଭେରିଫିକେସନ ପାଇଁ ଲଞ୍ଚ୍ ହେଲା MPassport Police App

ନୂଆଦିଲ୍ଲୀ: ଏଣିକି ପାସ୍‌ପୋର୍ଟ ଭେରିଫିକେସନ ପାଇଁ ଉପଭୋକ୍ତକାଙ୍କୁ ଆଉ ୧୫ ଦିନ ଅପେକ୍ଷା କରିବାକୁ ପଡ଼ିନି। ଖୁବ୍‌ଶୀଘ୍ର ପାସ୍‌ପୋର୍ଟ ଭେରିଫିକେସନ ହୋଇଯିବ। ଏଥିପାଇଁ ଡିଜିଟାଲ ଇଣ୍ଡିଆ ଅଭିଯାନରେ ଏମ୍‌ପାସ୍‌ପୋର୍ଟ ପୁଲିସ ଆପ୍(MPassport Police App) ଲଞ୍ଚ କରିଛନ୍ତି କେନ୍ଦ୍ର ସରକାର। ଶୁକ୍ରବାର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏହି ଆପ୍‌କୁ ଲଞ୍ଚ କରାଯାଇଛି।

BjdElectrycity

ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଆଞ୍ଚଳିକ ପାସ୍‌ପୋର୍ଟ ଅଫିସ୍(RPO) ପକ୍ଷରୁ ଜାରି ହୋଇଥିବା ପ୍ରେସ୍‌ ବିଜ୍ଞପ୍ତି ଅନୁସାରେ, ପାସ୍‌ପୋର୍ଟରେ ସମ୍ପୂର୍ଣ୍ଣ ପୁଲିସ ଭେରିଫିକେସନ ଏହି ଆପ୍‌ ମାଧ୍ୟମରେ ହେବ। ଫଳରେ କାମ ଶୀଘ୍ର ହେବା ସହ ଏହା ସମ୍ପୂର୍ଣ୍ଣ କାଗଜ ରହିତ (ପେପର ଲେସ୍‌) ହେବ।

ଦିଲ୍ଲୀ ଆର୍‌ପିଓ ଅଧିକାରୀ ଅଭିଷେକ ଦୁବେଙ୍କ ଟ୍ୱିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି “ପାସ୍‌ପୋର୍ଟ ଇଶୁ କରିବାକୁ ୧୫ ଦିନ ସମୟ ଲାଗୁଥିବା ବେଳେ ଟାବ୍ଲେଟ୍‌ରେ ଭେରିଫିକେସନ କଲେ ଏହା ମାତ୍ର ୫ ଦିନ ଭିତରେ ହୋଇଯିବ। ୧୦ ଦିନର ସମୟ କମିଯିବ।”

ଗତକାଲି ଫୋର୍ସ ରାଇଜିଂ ଡେ ଅବସରରେ ‘ଏମ୍‌ପାସ୍‌ପୋର୍ଟ ପୁଲିସ ଆପ୍’ ଲଞ୍ଚ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ପୁଲିସର ବିଶେଷ ଶାଖାର ଜବାନଙ୍କୁ ୩୫୦ ମୋବାଇଲ୍ ଟାବ୍ଲେଟ୍ ପ୍ରଦାନ କରିଛନ୍ତି। ଏନେଇ ସେ ଟ୍ୱିଟ୍ କରି କହିଛନ୍ତି ଯେ ଡିଜିଟାଲ୍ ଭେରିଫିକେସନ ହେଲେ ସମୟ ବଞ୍ଚିବା ସହ ଯାଞ୍ଚରେ ପାରଦର୍ଶିତା ଆସିବ।

Leave A Reply

Your email address will not be published.