Latest Odisha News

BREAKING NEWS

Kolab dam: କୋଲାବ ଜଳ ଭଣ୍ଡାରରେ ବୁଡ଼ିଗଲେ ୩ ଦଶମ ଛାତ୍ର

କୋରାପୁଟ:ଆଜି କୋଲବ ଜଳଭଣ୍ଡାରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । କୋଲାବ ଜଳ ଭଣ୍ଡାରରେ ଦଶମ ଶ୍ରେଣୀର ତିନି ଛାତ୍ର ପାଣିରେ ବୁଡ଼ିଯାଇଥିଲେ। ସମସ୍ତେ ପିଏମ୍‌ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟର ଛାତ୍ର । ମୃତକ ୩ ଜଣ ଛାତ୍ର ହେଲେ ଲିଙ୍ଗରାଜ ଖିଲୋ, ଓମ ପ୍ରକାଶ ବେହେରା ଓ ସ୍ୱସ୍ତିକ ସୁନ୍ଦର ହାଲୱା।

ଲିଙ୍ଗରାଜ ଖିଲୋ ଓ ସ୍ୱସ୍ତିକ ସୁନ୍ଦର ହାଲୱା କୋରାପୁଟ ଅଞ୍ଚଳର ହୋଇଥିବା ବେଳେ ଓମ ପ୍ରକାଶ ବେହେରା ଲକ୍ଷ୍ମୀପୁର ଅଞ୍ଚଳର ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ,ଆଜି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦଶମ ବୋର୍ଡ ପରୀକ୍ଷା ସରିଥିଲା। ନବଦୋୟ ବିଦ୍ୟାଳୟ ପଛ ପଟେ ଥିବା କୋଲାବ ଜଳଭଣ୍ଡାରେକୁ ତିନି ଜଣ ଦଶମ ଶ୍ରେଣୀ ଛାତ୍ର ଆଜି ଅପରାହ୍ନରେ ଗାଧୋଇ ଯାଇଥିବା ସମୟରେ ପାଣିରେ ବୁଡ଼ିଯାଇଥିଲେ। ସ୍ଥାନୀୟ ବାସିନ୍ଦା ତିନି ଛାତ୍ରଙ୍କୁ ଉଦ୍ଧାର କରି କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ବିଦ୍ୟାଳୟର ଅବହେଳାକୁ ଦାୟୀ କରିଛନ୍ତି ମୃତଙ୍କ ପରିବାର ।

 

Comments are closed.