Latest Odisha News

ସାମାଜିକ ଦୂରତ୍ବ ନିୟମ ଉଲଘଂନ; କଟକରେ ୩ ଦୋକାନ ସିଲ୍

କଟକ: ସାମାଜିକ ଦୂରତ୍ବ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ କଟକ ମ୍ୟୁନିସିପାଲିଟି କର୍ପୋରେସନ୍ (ସିଏମସି) ପକ୍ଷରୁ ତିନୋଟି ଦୋକାନକୁ ସିଲ୍ କରାଯାଇଛି।

ଦୋକାନଗୁଡ଼ିକ ମଧ୍ୟରେ ରହିଛି- ଚୌଧୁରୀ ବଜାରରେ ଥିବା ଡିଡି ଟେକ୍ସଟାଇଲ୍, ଦୋଳମୁଣ୍ଡାଇରେ ଏମ ବଜାର ଏବଂ ନନ୍ଦୀ ସାହିର ଆରିୟାନ୍ ଫ୍ୟାନ୍ସି ଷ୍ଟୋର୍।

ଗାଇଡଲାଇନ ଅନୁଯାୟୀ ଗ୍ରାହକ ଏବଂ କର୍ମଚାରୀମାନେ ପରସ୍ପର ମଧ୍ୟରେ ୬ ଫୁଟ ଦୂରତା ବଜାୟ ରଖିବା, ମାସ୍କ, ସାନିଟାଇଜର ବ୍ୟବହାର କରିବା ଏବଂ ଗୋଟିଏ ଦୋକାନରେ କେବଳ ପାଞ୍ଚ ଜଣ ଲୋକ ରହିବା ଉଚିତ୍।

ଏହାଛଡା ନାଗରିକ ତଥା ଦୋକାନୀମାନଙ୍କୁ ଏହି ନିର୍ଦ୍ଦେଶାବଳୀକୁ ଆନ୍ତରିକତାର ସହ ପାଳନ କରିବାକୁ ସିଏମସି ଅନୁରୋଧ କରିଛି।

Comments are closed.