Latest Odisha News

ସର୍ପାଘାତରେ ୩ ଭଉଣୀ ମୃତ, ବାପା ଗୁରୁତର

ବୌଦ୍ଧ: ସାପ କାମୁଡ଼ାରେ ୩ ଭଉଣୀଙ୍କ ମୃତ୍ୟୁ, ବାପା ଗୁରୁତର। ବୌଦ୍ଧ ଜିଲ୍ଲା ଟିକରପଡ଼ା ପଞ୍ଚାୟତ ଚରିଆପାଲି ଗାଁରେ ଘଟିଛି ଏହି ଅଘଟଣ। ଘରେ ଶୋଇଥିବା ବେଳେ କାମୁଡ଼ିଲା ସାପ। ଗୁରୁତର ଅବସ୍ଥାରେ ବାପାକୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି। ମୃତ ଭଉଣୀଙ୍କ ବୟସ ଯଥାକ୍ରମେ ୧୩, ୧୨ ଓ ୩ ବର୍ଷ। ମୃତକ ୩ ଜଣ ହେଉଛନ୍ତି ସୁଧିରେଖା ମଲ୍ଲିକ, ଶୁଭରେଖା ମଲ୍ଲିକ ଓ ସୁରଭି ମଲ୍ଲିକ୍ ।

ଗତକାଲି ବିଳମ୍ବିତ ରାତିରେ ବାପା ଓ ୩ ଝିଅ ଶୋଇଥିବା ବେଳେ ଚିତି ସାପ କାମୁଡିଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ସେମାନଙ୍କୁ ଉଦ୍ଧାର କରି ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସିତ ଅବସ୍ଥାରେ ୩ ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ବାପାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ମୃତକଙ୍କ ବାପାଙ୍କ କହିବା ଅନୁସାରେ, ଘରେ ୩ଝିଅ, ପୁଅ ଓ ସ୍ୱାମୀ ସ୍ତ୍ରୀ ଶୋଇଥିଲେ। ରାତି ଅଧରେ ହଠାତ୍ କିଏ କାମୁଡିବା ଭଳି ଅନୁଭବ ହେବାରୁ ସେ ଉଠିପଡିଥିଲେ । ଏହାପରେ ସାନ ଝିଅକୁ ଉଠାଇଥିଲେ। ସେତେବେଳକୁ ସେ ହୋସ୍‌ରେ ନଥିଲା। ଏହାପରେ ମଝିଆ ଓ ବଡ଼ ଝିଅକୁ ବି ସାପ କାମୁଡି ଦେଇଥିଲା। ମା’ ଓ ପୁଅ ସୁରକ୍ଷିତ ଅଛନ୍ତି। ବାପାଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଚାକିତ୍ସା ଚାଲିଛି ।

Comments are closed.