Latest Odisha News

BREAKING NEWS

ପାରାଦୀପ ସମୁଦ୍ରରେ ବୁଡି ଗଲେ ୩ ଛାତ୍ର, ୨ଉଦ୍ଧାର ଓ ଜଣେ ନିଖୋଜ

ପାରାଦୀପ : ପାରାଦୀପ କଳିଙ୍ଗ ବାଲିଯାତ୍ରା ପଡିଆଠାରେ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାରାଦୀପ ସମୁଦ୍ରରେ ଗାଧୋଇବା ସମୟରେ ୩ ଛାତ୍ର ଅଚାନକ ବୁଡି ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଛାତ୍ର ନିଖୋଜ ଥିବା ବେଳେ ଅନ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ସୂଚନା ଅନୁଯାୟୀ ବାଲିଯାତ୍ରା ପଡିଆ ଠାରେ ପାରାଦୀପ ପୌର ପରିଷଦ ପକ୍ଷରୁ ଆୟୋଜିତ ହୋଇଥିବା ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସ୍କୁଲ ପିଲାମାନଙ୍କୁ ସାମିଲ କରାଯାଇଥିଲା । ଏହି ଅବସରରେ କିଛି ଛାତ୍ର ସମୁଦ୍ର ମଧ୍ୟରେ ଗାଧୋଉଥିବା ସେମାନଙ୍କ ମଧ୍ୟରୁ ୩ ଜଣ ଛାତ୍ର ଦୁର୍ଭାଗ୍ୟବଶତଃ ବୁଡି ଯାଇଥିଲେ ।

ଅନ୍ୟପକ୍ଷରେ ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ଦୁଇଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆଉ ଜଣେ ଛାତ୍ରଙ୍କର ପତ୍ତା ମିଳିପାରିନଥିଲା । ନିଖୋଜ ଛାତ୍ର ଜଣକ ହେଲେ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ଅଂଶୁମାନ ଦାସ ବୋଲି ଜଣାପଡିଛି ।

ଉଦ୍ଧାର ହୋଇଥିବା ଛାତ୍ର କେନ୍ଦ୍ରୀୟ ବିଦ୍ୟାଳୟର ଏ.ସାଇଜ୍ୟୋତି ଓ ଶୁଭମ କୁଲୁ ବୋଲି ସୂଚନା ମିଳିଥିବା ବେଳେ ସେମାନଙ୍କୁ ଚିକିତ୍ସା ନିମନ୍ତେ ବନ୍ଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିôବା ନେଇ ଜଣାପଡିଛି ।

ତେବେ ନିଖୋଜ ଛାତ୍ରଙ୍କୁ ଖୋଜିବା ପାଇଁ ସିଆଇଏସଏଫ ର ଅଗ୍ନିଶମ ବିଭାଗ ଏବଂ ସ୍ଥାନୀୟ ମତ୍ସଜୀବି ଜୋରଦାର ପ୍ରୟାସ ଜାରି ରଖିଛନ୍ତି ।

Leave A Reply

Your email address will not be published.