Latest Odisha News

BREAKING NEWS

ନିର୍ବାଚନ ଯୋଗୁଁ ବଢିଗଲା କି ଆତଙ୍କବାଦୀଙ୍କ ଗତିବିଧି ? ସେନା ଗୁଳିରେ ୩ ସଶସ୍ତ୍ର ଆତଙ୍କୀ ନିପାତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଉଧମପୁର ବସନ୍ତଗଡ ଅଞ୍ଚଳରେ ବୁଧବାର ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଅଞ୍ଚଳରେ ୪ ଜଣ ସଶସ୍ତ୍ର ଆତଙ୍କବାଦୀ ଫସି ରହିଛନ୍ତି। ସେମାନଙ୍କୁ ସୁରକ୍ଷା ବାହିନୀ ଘେରି ରହିଛନ୍ତି । ଏହି ଏନକାଉଣ୍ଟରରେ ସୁରକ୍ଷା ବାହିନୀ ୩ ଆତଙ୍କୀଙ୍କୁ ନିପାତ କରିଥିବା ସୂଚନା ରହିଛି ।

ଭାରତୀୟ ସେନା ଓ ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ସ୍ବତନ୍ତ୍ର ଅପରେଶନ ଚାଲିଥିବାବେଳେ ଏନ୍‌କାଉଣ୍ଟର ହୋଇଛି। ମୃତ ଆତଙ୍କବାଦୀ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଙ୍ଗଠନ ‘ଜୈଶ-ଏ-ମହମ୍ମଦ’ ସହ ଜଡ଼ିତ ବୋଲି ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌)ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସେମାନଙ୍କ ନିକଟରୁ ବହୁ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରାଯାଇଛି। ସେହିପରି ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ସମୟରେ ବିଏସ୍‌ଏଫ୍‌ର ଜଣେ ଯବାନ ଆହତ ହୋଇଛନ୍ତି। ପାକିସ୍ତାନ ସହ ସଂଲଗ୍ନ ସୀମାରେ ଭାରତୀୟ ସେନା ଆଲର୍ଟ ମୋଡରେ ଥିବା ବିଏସ୍‌ଏଫ୍‌ କହିଛି। ଏନକାଉଣ୍ଟରର କିଛି ସମୟ ପୂର୍ବରୁ ପ୍ରତିରକ୍ଷା ପ୍ରବକ୍ତା ଏ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ସ୍ୱତନ୍ତ୍ର ଗୁଇନ୍ଦା ସୂଚନା ଆଧାରରେ କଠୁଆରେ ଏକ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି ।

କଠୁଆ-ବସନ୍ତଗଡ ସୀମାରେ ଆତଙ୍କବାଦୀମାନଙ୍କୁ ଘେରି ନିଆଯାଇଛି । ଏହି ଅଞ୍ଚଳକୁ କର୍ଡନ କରାଯାଇଥିବା ବେଳେ ଉଭୟ ପାର୍ଶ୍ୱରୁ କିଛି ରାଉଣ୍ଡ ଗୁଳି ବିନିମୟ ମଧ୍ୟ ହୋଇଛି । ଜମ୍ମୁ-କାଶ୍ମୀରରେ ୧୦ ବର୍ଷ ପରେ ସେପ୍ଟେମ୍ବର ୧୮ରୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ହେତୁ ହଠାତ୍ ଆତଙ୍କବାଦୀଙ୍କ ଗତିବିଧି ବଢ଼ିଯାଇଛି । ଏଠାରେ ୩ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ସେପ୍ଟେମ୍ବର ୧୮, ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୨୫ ଏବଂ ତୃତୀୟ ପର୍ଯ୍ୟାୟ ଅକ୍ଟୋବର ୧ରେ ହେବ ।

 

Comments are closed.