Latest Odisha News

BREAKING NEWS

ଜମ୍ମୁକଶ୍ମୀର ବଡଗାମ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ

ଜମ୍ମୁକଶ୍ମୀର : ଜମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀକୁ ବଡ ସଫଳତା । ଜମ୍ମୁକଶ୍ମୀର ବଡଗାମ ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।ସୂଚନା ଅନୁସାରେ ଜୋଲୱା ଗାଁ ରେ ଏହି ଏନକାଉଣ୍ଟର ହୋଇଥିଲା । ଗତକାଲି ରାତିରୁ ଚାଲିଥିବା ଏନକାଉଣ୍ଟର ତିନି ଜଣ ଆତଙ୍କାବୀଦ ପ୍ରାଣ ହରାଇଥିବା ଖବର ସାମ୍ନାକୁ ଆସିଛି ।

ଏହି ଅଞ୍ଚଳରେ ଆତଙ୍କବାଦୀ ଉପସ୍ଥିତି ଥିବା ଯବାନ ମାନେ ଖବର ପାଇଥିଲେ । ତା ପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ରାତି ତମାମ ଚାଲିଥିଲା ଅପରେସନ । ଏହି ସମୟରେ ଆତଙ୍କବାଦୀ ମାନେ ଗୁଳିମାଡ କରିଥିଲୋ ପରେ ସେନା ପ୍ରତିଶୋଧ ନେଇ ପାଲଟା ଗୁଳିମାଡ କରିଥିଲା ଆତଙ୍କବାଦୀ ମାନଙ୍କ ଉପରେ । ନିହତ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୁଳି ଜବତ କରାଯାଇଛି ।

Leave A Reply

Your email address will not be published.