Latest Odisha News

BREAKING NEWS

ଗୋଟିଏ ସମୟରେ ଗୋଟିଏ ଟ୍ରାକରେ ଆସୁଥିଲା ୩ ଟ୍ରେନ..

ରାଉରକେଲା: ଅଳ୍ପକେ ଟଳିଗଲା ଏକ ବଡ ଟେ୍ନ ଟ୍ରାଜେଡି । ବର୍ତ୍ତିଗଲା  ୩ଟି ଟ୍ରେନ୍ । ଗୋଟିଏ ଟ୍ରାକରେ ମୁହାଁମୁହିଁ ଧକ୍କା ହୋଇଥାନ୍ତେ ୩ ଯାତ୍ରୀବାହୀ ଟ୍ରେନ । ତେବେ ଭଗବାନଙ୍କ ଦୟାରୁ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସମସ୍ତ ଯାତ୍ରୀ ।  ଏଭଳି ଏକ ଘଟଣା ରାଉରକେଲାରୁ ସାମ୍ନାକୁ ଆସିଛି । ତେବେ ବାରମ୍ବାର ଏପରି ଦୁର୍ଘଟଣା କାହିଁକି ଘଟୁଛି ତାହାକୁ ନେଇ ପ୍ରଶ୍ନ ଉଠିଛି ।

ଆଜି ଗୋଟିଏ ଟ୍ରାକରେ ଆସୁଥିଲେ ରାଉରକେଲା ମେମୁ ସହ ଝାରସୁଗୁଡା ଟ୍ରେନ୍  । ଆଉ ମାତ୍ର ୧୦୦ ମିଟର ଦୂରତା ଥିଲା । କ’ଣ ହୋଇଥାନ୍ତା କିଏ ଜାଣେ ? ଯାହା ବି ହେଉ, ମୁହାଁମୁହିଁ ହେବା ପୂର୍ବରୁ ଏହାକୁ ରୋକା ଯାଇପାରିଛି ।

କଥା ସେତିକିରେ ସରି ନ ଥିଲା, ଏହା ପଛକୁ ଆସୁଥିଲା ବନ୍ଦେ ଭାରତ ଟ୍ରେନ । କିନ୍ତୁ ବଡ ଦୁର୍ଘଟଣା ପୂର୍ବରୁ ଏହାକୁ ରୋକି ପାରିଛି ରେଳ ବିଭାଗ । ତେବେ ପ୍ରଶ୍ନ ଉଠୁଛି ଗୋଟିଏ ସମୟରେ ଗୋଟିଏ ଟ୍ରାକରେ ୩ଟି ଟ୍ରେନ୍ ଆସିବାକୁ କିଏ କେମିତି ଅନୁମତି ଦେଲା ? କାହିଁକି ବାରମ୍ବାର ଏଭଳି ତ୍ରୁଟି ଦେଖା ଦେଉଛି ରେଳ ବିଭାଗରେ ?   ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ମଧ୍ୟ କାହିଁକି ସଚେତନ ହେଉନି ବିଭାଗ ?

Comments are closed.