Latest Odisha News

BREAKING NEWS

ଶ୍ରୀଲଙ୍କା ବଦଳରେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହେବ ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ

ଡର୍ବାନ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ଓ କଠୋର ନିଷ୍ପତି ନେଇଛି । ଶ୍ରୀଲଙ୍କା ହାତରୁ ୧୯ ବର୍ଷରୁ କମ ବିଶ୍ୱକପ ଆୟୋଜ ଅଧିକାର ଛଡାଇ ଏବେ ଏହାକୁ ଦକ୍ଷିଣ ଆଫ୍ରିକାକୁ ପ୍ରଦାନ କରାଯାଇଛି । ଶ୍ରୀଲଙ୍କା କ୍ରିକେଟ ବୋର୍ଡର ଅଶାନ୍ତି ଯୋଗୁ ଆଇସିସି ଏହାକୁ ସସପେଣ୍ଡ କରିଛି । ସେଥିପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଶ୍ରୀଲଙ୍କାର କ୍ରୀଡା ମନ୍ତ୍ରୀ ଦିନିକିଆ ବିଶ୍ୱକପ ୨୦୨୩ରେ ଖରାପ ପ୍ରଦର୍ଶନ ନେଇ ଏସଏଲସି ବୋର୍ଡକୁ ବରଖାସ୍ତ କରି ଅର୍ଜୁନ ରାଣାତୁଙ୍ଗାଙ୍କ ଅଧ୍ୟକ୍ଷତାରେ ଏକ ଆଡହକ କମିଟି ଗଠନ କରିଥିଲେ । ବୋର୍ଡ ଉପରେ ଏ ଭଳି ହସ୍ତକ୍ଷେପ ନେଇ ଆଇସିସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଅବଶ୍ୟ କ୍ରୀଡାମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଏସଏଲସି ଚେୟାରମ୍ୟାନ ଶାମି ସିଲଭା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ମଧ୍ୟ ତାଙ୍କ ସପକ୍ଷରେ ନିଷ୍ପତି ଦେଇଥିଲେ । ଫଳରେ ବୋର୍ଡ ପୂର୍ବଭଳି କାର୍ଯ୍ୟକ୍ଷମ ହୋଇଥିଲା । ବିଶ୍ୱକପରେ ଶ୍ରୀଲଙ୍କା ନୈରାଶ୍ୟଜନକ ପ୍ରଦର୍ଶନ କରି ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହେବାରେ ବିଫଳ ହୋଇଥିଲା । ଭାରତକୁ ହରାଇ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଛି ।

Leave A Reply

Your email address will not be published.