ବଲାଙ୍ଗିର: ବଜ୍ରପାତରେ ଗଲା ୩ ମହିଳାଙ୍କ ଜୀବନ। ଏପରି ଘଟଣା ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ବଡ଼ତେଲେନପାଲ୍ଲୀ ଗାଁରେ ଘଟିଛି। ୧୦ ଚାଷୀ ଚାଷୀଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି।
ଆଜି ବଡ଼ତେଲେନପାଲ୍ଲୀ ଗାଁର ଚବିନ ଦରୁଆଙ୍କ ଚାଷ ଜମିରେ ୧୮ରୁ ଅଧିକ ଚାଷୀ କାମ କରୁଥିଲେ। ଦିନ ପ୍ରାୟ ୨ରୁ ୩ଟା ଭିତରେ ହଠାତ୍ ବଜ୍ରପାତ ହୋଇଥିଲା। ଫଳରେ ଚାଷ ଜମିରେ ଜଣେ ମହିଳା ଟଳି ପଡ଼ିଥିଲେ। ଅନ୍ୟ କିଛି ଚାଷୀଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଉ ୨ ଜଣ ମହିଳା ଚାଷୀଙ୍କ ମୃତ୍ୟୁ ଘଟିଛି। ଆଉ ଚାଷୀ ଗୁରୁତର ଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ମୃତ ଓ ଗୁରୁତର ଚାଷୀଙ୍କ ନାଁ ଜଣାପଡ଼ି ନାହିଁ।
Comments are closed.