Latest Odisha News

BREAKING NEWS

ଆସିଲା ବାଘ ଗଣନା ରିପୋର୍ଟ; ବିଶ୍ୱର ୭୦ ପ୍ରତିଶତ ବାଘ କେବଳ ଭାରତରେ

ନୂଆଦିଲ୍ଲୀ: କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକର୍ ଓ ରାଜ୍ୟ ମନ୍ତ୍ରୀ ବାବୁଲ ସୁପ୍ରିୟୋ ମଙ୍ଗଳବାର ଦିନ ନ୍ୟାସନାଲ୍ ମିଡିଆ ସେଣ୍ଟରରେ ବ୍ୟାଘ୍ର ଗଣନା ରିପୋର୍ଟ ଜାରି କରିଛନ୍ତି ।

‘ବିଶ୍ୱ ବ୍ୟାଘ୍ର ଦିବସ’ର ପୂର୍ବ ସନ୍ଧ୍ୟାରେ ଏମଓଏସ ସହିତ ବାଘ ଜନ ଗଣନା ଉପରେ ଏକ ବିସ୍ତୃତ ରିପୋର୍ଟ ଜାରି କରାଯାଇଛି । ଏହା ବ୍ୟତିତ ଭାରତର ଥିବା ଛୋଟ ଜଙ୍ଗଲୀ ବିଲେଇ ଉପରେ ଏକ ପୋଷ୍ଟର ମଧ୍ୟ ଜାରି କରିଛନ୍ତି ।

ଏହି ଅବସରରେ ଜାଭେଡକର୍ କହିଛନ୍ତି ଯେ ଭାରତରେ ବାଘ ସଂଖ୍ୟାକୁ ନେଇ ଦେଶ ଗର୍ବ କରୁଛି । ଦେଶରେ ଆଜି ଦୁନିଆର ବ୍ୟାଘ୍ର ସଂଖ୍ୟାର ୭୦ ପ୍ରତିଶତ ବାଘ ରହିଛନ୍ତି ।

୨୦୧୮ ମସିହାରେ କ୍ୟାମେରା ଟ୍ରାପ୍ ଦ୍ୱାରା ପ୍ରାୟ ୩.୫ କୋଟି ଫଟୋ ଉତ୍ତୋଳନ କରାଯାଇଥିଲା । ଯାହା ପରବର୍ତ୍ତୀ ସମୟରେ ଗିନିଜ୍ ୱାଲ୍ଡ ରେକର୍ଡସରେ ସ୍ଥାନ ପାଇଥିଲା।

Leave A Reply

Your email address will not be published.