Latest Odisha News

BREAKING NEWS

ବଜ୍ରାଘାତରେ ଚାଲିଗଲା ୩ଶ୍ରମିକଙ୍କ ଜୀବନ

ବାଲେଶ୍ବର: କେନାଲ କାମ କରୁଥିବାବେଳେ ଟଳିପଡ଼ିଲେ ଶ୍ରମିକ। ସୂଚନାନୁଯାୟୀ, ମୃତକଙ୍କ ମଧ୍ୟରେ ୨ ମହିଳା, ଜଣେ ଜେସିବି ଅପରେଟର ବୋଲି ଜଣାପଡ଼ିଛି। ନୀଳଗିରି ଅଞ୍ଚଳର ଛତ୍ରପୁର ନିକଟରେ ଶନିବାର ଏହି ଅଘଟଣ ଘଟିଛି। ମୃତକମାନେ ‌ହେଲେ ମାମି ସିଂ, ବଢ଼େଇପଲା ଓ ଅଜିତ କୁମାର ହାଜିଦା।

ସୂଚନାଥାଉକି, ଟଳିପଡ଼ିବା ପରେ ସଙ୍ଗେ ସଙ୍ଗେ ୫ ଜଣ ଶ୍ରମକଙ୍କୁ ବରହପୁର ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ୩ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 

 

Comments are closed.