Latest Odisha News

BREAKING NEWS

ମହାନଦୀ ଯୋବ୍ରାରେ ଅଘଟଣ: ଗାଧୋଇବା ବେଳେ ବୁଡ଼ି ୨ ଯୁବକ ନିଖୋଜ

କଟକ: ମହାନଦୀ ଯୋବ୍ରାରେ ଅଘଟଣ। ଗାଧୋଉଥିବା ବେଳେ ବୁଡ଼ିଗଲେ ୨ ଜଣ ଯୁବକ । ଚୂନଭାଟି ଚାରିଘରିଆର ୩ ଜଣ ଯୁବକ ମହାନଦୀର ଯୋବ୍ରା ନିକଟରେ ଗାଧୋଉଥିବା ବେଳେ ୨ଜଣ ବୁଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ଜାଣିବା ପରେ ପରେ ଗୁରୁତର ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରିଥିଲେ। ଏବେ ବି ଆଉ ୨ଜଣ ଯୁବକ ନିଖୋଜ ରହିଛନ୍ତି ।

ନିଖୋଜ ୨ଜଣଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ତେବେ ଏହି ସ୍ଥାନରେ ପ୍ରତିବର୍ଷ ଅଘଟଣ ଘଟିବାରେ ଲାଗିଛି। ଏନେଇ ସେଠାରେ ଲୋକଙ୍କୁ ଗାଧୋଇବାକୁ ବାରଣ କରାଯାଉଛି। ହେଲେ ଯୁବକ ୩ ଜଣ କଥା ନମାନି ଗାଧୋଇବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି। ଚୂନଭାଟି ଚାରିଘରିଆର ଏହି ଯୁବକ ମାନେ ଗାଧୋଇବାକୁ ଯାଇଥିବା ବେଳେ ଚେରାବାଲିରେ ଫସିଯାଇ ଅଘଟଣ ଘଟିଛି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି।

 

Leave A Reply

Your email address will not be published.