Latest Odisha News

BREAKING NEWS

ଓସିଏର ବିଚିଚ୍ର ଚୟନ : ହଠାତ କିପରି ଅଣଦେଖା ହୋଇଗଲେ ସୋମନାଥ

ଭୁବନେଶ୍ୱର: ଓଡିଶା କ୍ରିକେଟ ଆସୋସିଏଶନ ଆଗାମୀ ସିଜନ ପାଇଁ ଜୁନିୟର ଓ ସିନିୟର ଚୟନ କମିଟିଙ୍କ ନାମ ଘୋଷଣା କରିଛି । ତେବେ ଆଶ୍ଚର୍ଯ୍ୟଜନକ ଭାବେ ସୋମନାଥ ସାହୁଙ୍କୁ ସିନିୟର ବଦଳରେ କାହିଁକି ଜୁନିୟର ଚୟନ କମିଟି ସଦସ୍ୟ କରାଗଲା ତାହା ବୁଝା ପଡୁ ନାହିଁ । ଓଡିଶା କ୍ରିକେଟର ଏହି ପୂର୍ବତନ ଅଧିନାୟକ ତଥା ବରିଷ୍ଠ ଖେଳାଳିଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଅସମ୍ମାନିତ କରାଯାଇ ନାହିଁ ତ ? ଗତ ବର୍ଷ ରବି ପଣ୍ଡାଙ୍କ କୋଭିଡ ଯୋଗୁ ପରଲୋକ ହୋଇଥିଲା । ଫଳରେ ପ୍ରଭଜ୍ଞନ ମଲ୍ଲିକଙ୍କ ଅଧ୍ୟତାରେ ୪ଜଣ ସିନିୟର ଚୟନ କମିଟି ଦାୟିତ୍ୱ ସୁଚାରୁରୂପେ ତୁଲାଇଥିଲେ । ଯଦି ପୂର୍ବ ଚୟନ କମିଟି ଠିକ ଭାବେ କାର୍ଯ୍ୟ ତୁଲାଇ ନ ଥିଲା ତାହାହେଲେ କେବଳ ସୋମନାଥଙ୍କ ଉପରେ କାହିଁକି ବଜ୍ର ପଡିଲା । କିଶୋର ମାଣିଆ, ଚିନ୍ମୟାନନ୍ଦ ଜେନା ଏବଂ ଅସଜିତ ଜୟପ୍ରକାଶଙ୍କୁ ନେଇ ଗଠିତ ପରାମର୍ଶଦାତା କମିଟି ବି ଆଶ୍ଚର୍ଯ୍ୟଜନକ ଭାବେ ନୀରବ ରହିଛି ।

ଏଥର ପ୍ରଭଞ୍ଜନଙ୍କ ଅଧ୍ୟତାରେ ସିନିୟର ଏବଂ ଅମୀୟ ରାୟଙ୍କୁ ନେଇ ଯଥାକ୍ରମେ ସିନିୟର ଓ ଜୁନିୟର ଚୟନ କମିଟି ଗଠନ କରାଯାଇଛି ।
ସିନିୟର ଚୟନ କମିଟି: ପ୍ରଭଞ୍ଜନ ମଲ୍ଲିକ (ଚେୟାରମ୍ୟାନ), ସୌରଜିତ ମହାପାତ୍ର, ପାନଲାଲ ବୋଷ, ବିଷ୍ଣୁଦେବ ମହାନ୍ତି ଓ ବିକାଶ ପତି ।
ଜୁନିୟର ଚୟନ କମିଟି: ଅମୀୟ ରାୟ (ଚେୟାରମ୍ୟାନ), ସୋମନାଥ ସାହୁ, ସୁବିତ ବିଶ୍ୱାଳ, ବିବିସିସି ମହାପାତ୍ର ଓ ସୌରଜିତ ସାହ ।

Leave A Reply

Your email address will not be published.