Latest Odisha News

ଯୁବକଙ୍କ ତଣ୍ଟିକାଟି ହତ୍ୟା, ବ୍ରିଜ ନିକଟରୁ ମୃତଦେହ ଉଦ୍ଧାର

ବରଗଡ଼: ତଣ୍ଟି କାଟି ଯୁବକଙ୍କୁ ହତ୍ୟା । ନିର୍ମମ ଭାବରେ ହତ୍ୟା କରିବା ପରେ ମୃତଦେହକୁ ଫିଙ୍ଗି ଦେଲେ ଦୁର୍ବୃତ୍ତ । ବରଗଡ଼ ସହରର ଅମ୍ବାପାଲି ବନଜାରି ବ୍ରିଜ ନିକଟସ୍ଥ ପଡିଆରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି । ଯୁବକଙ୍କ ଶରୀରର ବିଭିନ୍ନ ସ୍ଥାନରେ ରହିଛି ଗଭୀର କ୍ଷତ ଚିହ୍ନ । ଯୁବକଙ୍କ ତଣ୍ଟି କାଟି ହତ୍ୟା କରାଯାଇଥିବା ଅନୁମାନ କରାଯାଇଛି ।

ମୃତକ ହେଲେ ୨୬ ବର୍ଷୀୟ ମହମ୍ମଦ କାସିମ୍ ଓ ଘର ଅତାବିରା ଦୁର୍ଗାମନ୍ଦିର ନିକଟରେ । ବରଗଡ଼ର ଏକ ଲେଦ୍ ଗ୍ୟାରେଜରେ ସେ କାମ କରୁଥିଲେ । ମୃତଦେହ ପାଖରେ ଙଊ୧୫ଇ-୧୦୩୧ ନମ୍ବର ଲେଖାଥିବା ଏକ ପଲସର ବାଇକ୍ ପଡିଛି । ପୋଲିସ ମୃତଦେହକୁ ଜବତ କରିବା ସହ ଖୋଳତାଡ ଜାରି ରହିଛି ।

କିଏ ଓ କାହିଁକି ମହମ୍ମଦ କାସିମଲଙ୍କୁ ହତ୍ୟା କଲା ? ହତ୍ୟା ପଛର ପ୍ରକୃତ କାରଣ କଣ ହୋଇପାରେ ? ପୂର୍ବ ଶତ୍ରୁତା ନା ଆଉ କିଛି କାରଣ ରହିଛି ? ପୋଲିସ ଅଧିକ ଖୋଳତାଡ ଜାରି ରଖିଛି ।

Leave A Reply

Your email address will not be published.