Latest Odisha News

ଓଜନ ହ୍ରାସ ଦ୍ବାରା ହୃଦ୍‌ରୋଗର ଆଶଙ୍କା ମଧ୍ୟ କମ୍‌ ହୋଇପାରେ

ନୂଆଦିଲ୍ଲୀ: ଅଧ୍ୟୟନ ଅନୁଯାୟୀ ଶରୀରର ଓଜନ ପ୍ରାୟ ସମସ୍ତ ହୃଦ୍‌ରୋଗର ବିପଦ ସହିତ ସିଧାସଳଖ ଜଡିତ। ଶରୀରର ଓଜନ ସହ ରକ୍ତଚାପ, ନିମ୍ନ-ସାନ୍ଦ୍ରତା ଲିପୋପ୍ରୋଟେନ୍, କୋଲେଷ୍ଟ୍ରଲ, ଅନ୍ୟାନ୍ୟ ଅସ୍ୱାଭାବିକ ଚର୍ବି, ରକ୍ତ ଶର୍କରାରେ ମଧ୍ୟ ବୃଦ୍ଧି ଘଟିବା ଆଶଙ୍କା ରହିଥାଏ। ଏହି ପରିବର୍ତ୍ତନଗୁଡ଼ିକ ହୃଦ୍ ରୋଗ, ଷ୍ଟ୍ରୋକ୍ ଏବଂ ହୃଦ୍ ରୋଗରୁ ମୃତ୍ୟୁ ହେବାର ଆଶଙ୍କା ବଢାଇଥାଏ।

ଅବଶ୍ୟ, ଯେଉଁମାନେ ପରବର୍ତ୍ତୀ ସମୟରେ ଏକ ସୁସ୍ଥ ଓଜନ ବଜାୟ ରଖନ୍ତି ସେମାନଙ୍କ ମଧ୍ୟରେ ମେଦବହୁଳତାର ପ୍ରଭାବ ରହିଥାଏ କି ନାହିଁ ସେ ବିଷୟରେ ବିଶେଷ ତଥ୍ୟ ମିଳିପାରିନାହିଁ। ଗବେଷକମାନେ ୨୦ରୁ ୬୯ ବସୟ ମଧ୍ୟରେ ୨୦,୨୭୧ ଲୋକଙ୍କ ପରୀକ୍ଷା କରିଥିଲେ। ଯାହା ଦ୍ବାରା ଓଜନ ହ୍ରାସ ମେଦବହୁଳତା ସହିତ ଜଡିତ ହୃଦରୋଗର ବିପଦକୁ ମଧ୍ୟ ଏଡାଯାଇପାରେ।

Leave A Reply

Your email address will not be published.