Latest Odisha News

BREAKING NEWS

ଆଜି ରାତିରେ ଏସବୁ ଜିଲ୍ଲାରେ ବର୍ଷିବ

ଭୁବନେଶ୍ୱର: ଭୁବନେଶ୍ୱର ସମେତ ଓଡିଶାର ଅନେକ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଏହି ଜିଲ୍ଲା ଗୁଡିକ ମଧ୍ଯରେ ରହିଛି- ଗଞ୍ଜାମ, ଦେବଗଡ ଓ ଖୋର୍ଦ୍ଧା (ଭୁବନେଶ୍ୱର)। ଆଜି ରାତି ତଥା ଆଗାମୀ ୩ଘଣ୍ଟା ମଧ୍ୟରେ ଏସବୁ ଜିଲ୍ଲାରେ ସାମାନ୍ଯରୁ ମଧ୍ଯମଧରଣର ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଛି।

ବଜ୍ରପାତରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଏହି ସମୟରେ ଘରୁ ନ ବାହାରିବା ଏବଂ ବାହାରେ ଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ, ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି। ଉତ୍ତର ଛତିଶଗଡ଼ ଆଡ଼େ ଗତି କରି ଲଘୁଚାପର ରୂପ ନେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି। ସମୁଦ୍ର ଅଶାନ୍ତ ଥିବାରୁ ରାଜ୍ୟର ଗୋପାଳପୁର ଓ ପୁରୀ ପାଇଁ ୩ ନଂ ବିପଦ ସଙ୍କେତ ଜାରି ହୋଇଥିବା ବେଳେ ପାରାଦ୍ୱୀପ ଓ ଧାମରା ବନ୍ଦର ପାଇଁ ୧ ନଂ ବିପଦ ସଙ୍କେତ ଜାରି କରାଯାଇଛି।

Comments are closed.