Latest Odisha News

BREAKING NEWS

ଏହି ୧୨ ଜିଲ୍ଲାକୁ ଆଗାମୀ ୩ ଘଣ୍ଟା ପାଇଁ କାଳବୈଶାଖୀ ସତର୍କତା…

ଭୁବନେଶ୍ବର: ରାଜ୍ୟରେ ଏବେ ଜାରି ରହିଛି କାଳବୈଶାଖୀ ପ୍ରଭାବ । ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସାଙ୍ଗକୁ ଘଡଘଡି ଏବଂ କୁଆପଥର ମାଡ ବର୍ଷା ହେଉଛି । ଆଜି ମଧ୍ୟ ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିବା ବେଳେ କାଳବୈଶାଖୀ ବର୍ଷାରେ ଭିଜୁଛି ଟୁଇନସିଟି । ବର୍ତ୍ତମାନ ଭୁବନେଶ୍ବର ଓ କଟକରେ ପବନ ସହ ବର୍ଷା ଜାରି ରହିଛି । ତାପମାତ୍ରା ହ୍ରାସ ପାଇବା ସହ ସକାଳୁ ଖରା ସାଙ୍ଗକୁ କୋହଲା ପାଗ ଆଉ ଅପରାହ୍ନ ହେଲେ ନିର୍ଧୁମ ଛେଚୁଛି ।

ଯାହାକୁ ନେଇ ଆଗମୀ ପାଞ୍ଚ ଘଣ୍ଟା ପାଇଁ ୧୨ ଜିଲ୍ଲାକୁ ମଧ୍ୟ କାଳବୈଶାଖୀ ବର୍ଷା ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ, ମୟୁରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ବୌଦ୍ଧ, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ ଜିଲ୍ଲାକୁ ଆଗାମୀ ୩ ଘଣ୍ଟା ପାଇଁ ସତର୍କତା ଜାରି ହୋଇଛି । ଏହି ସବୁ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ୪୦ ରୁ ୫୦ କିମି ପବନ ବହିବା ନେଇ ଜାରି ହୋଇଛି ସତର୍କତା । ଏଥିସହିତ କିଛି ଅଞ୍ଚଳରେ କୁଆପଥର ବର୍ଷା ସମ୍ଭାବନା ମଧ୍ୟ ରହିଛି ।

Comments are closed.