Latest Odisha News

BREAKING NEWS

ଭୁବନେଶ୍ୱର ଓ କଟକ ସମେତ ୧୧ଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା…

ଭୁବନେଶ୍ୱର/କଟକ: ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ମିଳିଥିବା ସଦ୍ୟତମ ସୂଚନାନୁଯାୟୀ, ଓଡ଼ିଶାର ୧୧ଟି ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ଓ ମଧ୍ୟମ ଧରଣର ବୃଷ୍ଟିପାତ ସହିତ ସାମାନ୍ୟ ଝଡ଼ ହେବାର ସମ୍ଭାବନା ରହିଛି । ଏପରିକି ରାଜ୍ୟର ବ୍ୟସ୍ତ ବହୁଳ କଟକ ଓ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ କାଳବୈଶାଖୀର ଆଶଙ୍କା ରହିଛି ।

ରାଜ୍ୟର ଯେଉଁସବୁ ଜିଲ୍ଲାର କିଛି ସ୍ଥାନ ଗୁଡ଼ିକରେ ପବନ ସହିତ ଘଡ଼ଘଡ଼ି ଓ ବର୍ଷା ହେବାର ସମ୍ଭାବନା ରହିଛି ସେହି ଜିଲ୍ଲା ଗୁଡ଼ିକ ହେଲା – ଭଦ୍ରକ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା ଏବଂ ଖୋର୍ଦ୍ଧା ଜିଲ୍ଲା । ସେହିପରି କଟକ ଓ ଭୁବନେଶ୍ୱର ସହର ସମେତ ଅନ୍ୟ କେତୋଟି ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବୃଷ୍ଟିପାତ ହେବାର ସମ୍ଭାବନା ରହିଛି । ସେହିସବୁ ଜିଲ୍ଲା ଗୁଡ଼ିକ ହେଲା – ଜଗତସିଂହପୁର, କଟକ ଓ ନୟାଗଡ଼ ଜିଲ୍ଲା ।

ପାଣିପାଗ କେନ୍ଦ୍ର ସୂତ୍ରରୁ ପ୍ରକାଶ ଯେ, ସୋମବାର ଦିନ ୯ଟା ୧୫ ରୁ ଦିନ ୧ଟା ୧୫ ମିନିଟ ମଧ୍ୟରେ ଏହିସବୁ ସ୍ଥାନମାନଙ୍କରେ ବୃଷ୍ଟିପାତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

Comments are closed.