Latest Odisha News

BREAKING NEWS

୧୩ଟି ଜିଲ୍ଲାରେ ବିଜୁଳି, ଘଡଘଡି ସହ ପ୍ରବଳ ବର୍ଷାର ସମ୍ଭାବନା

ଭୁବନେଶ୍ୱର : ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୧୩ଟି ଜିଲ୍ଲାକୁ ସର୍ତକ ସୂଚନା ଦିଆଯାଇଛି । ବଲାଙ୍ଗୀର, ନୂଆପଡା, ବରଗଡ, ସୋନପୁର, ବୌଦ୍ଧ,ଝାରସୁଗୁଡା, ସୁନ୍ଦରଗଡ, ଦେଓଗଡ, କେଉଁଝର, ଢେଙ୍କାନାଳ, ଅନୁଗୁଳ, ମୟୁରଭଞ୍ଜ ଓ ଖୋର୍ଦ୍ଧା ଆଦି ଜିଲ୍ଲାବାସୀଙ୍କୁ ସର୍ତକ ରହିବା ସହିତ ମତ୍ସଜୀବି ମାନଙ୍କୁ ଗଭୀର ସମୁଦ୍ର ଭିତରକୁ ଯିବାପାଇଁ ବାରଣ କରାଯାଇଛି ।

ଏଥିସହିତ ଆଗାମି ଅଗଷ୍ଟ ୧୩ରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ୧୪ ଓ ୧୫ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଏବେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଶନିବାରଠୁ ଦକ୍ଷିଣ ଓଡିଶାରେ ବର୍ଷା ବଢିବା ସହ ଅପରାହ୍ନ ବେଳକୁ ଗଞ୍ଜାମ, ରାୟଗଡା,କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

ଏଥିସହିତ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ କ୍ରମଶଃ ସକ୍ରିୟ ହୋଇ ୧୩ ତାରିଖ ବେଳକୁ ଲଘୁଚାପର ରୂପ ନେବ । ଫଳରେ ୧୨ ତାରିଖ ଠାରୁ ଉତ୍ତର ଓ ଉତ୍ତର ପଶ୍ଚିମ ଆଭ୍ୟନ୍ତରିଣ ଓଡିଶାର ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର, ଭଦ୍ରକ,କେନ୍ଦ୍ରାପଡା ଓ କେଉଁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଛି ।

Leave A Reply

Your email address will not be published.