Latest Odisha News

BREAKING NEWS

ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଗ୍ରୁପ୍ ଜିତିଲା ‘ବିଶ୍ୱ ଶିକ୍ଷା ପୁରସ୍କାର ୨୦୧୮’

ଭୁବନେଶ୍ୱର : ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଏବଂ ସାଇ ଇଣ୍ଟରନ୍ୟାସନାଲ ରେସିଡ଼େନ୍ସିଆଲ ସ୍କୁଲ (ଏସଆଇଆରଏସ) ୨୦୧୮ ମସିହାର ସମ୍ମାନଜନକ ‘ୱାର୍ଲଡ ଏଜୁକେସନ ଆୱାର୍ଡ’ ର ବିଜେତା ହେବାର ଗୌରବ ଅର୍ଜନ କରିଛି । ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ‘ଇନୋଭେସନ ଇନ ଗ୍ଲୋବାଲ କୋଲାବରେଟିଭ ଲର୍ଣ୍ଣିଂ’ ନିମନ୍ତେ ପୁରସ୍କୃତ ହୋଇଥିବା ବେଳେ ସାଇ ଇଣ୍ଟରନ୍ୟାସନାଲ ରେସିଡ଼େନ୍ସିଆଲ ସ୍କୁଲ (ଏସଆଇଆରଏସ) ‘ଏମର୍ଜିଂ ସ୍କୁଲ’ ବିଭାଗରେ ପୁରସ୍କୃତ ହୋଇପାରିଛି ।

ନୂଆଦିଲ୍ଲୀଠାରେ ଅଗଷ୍ଟ ୧୦ ତାରିଖ ଦିନ ଅନୁଷ୍ଠିତ ହୋଇଥିବା ଦ୍ୱାଦଶ ବିଶ୍ୱ ଶିକ୍ଷା ଶିଖର ସମ୍ମିଳନୀରେ ଏକ ଉତ୍ସବରେ ସାଇ ଇଣ୍ଟରନ୍ୟାସନାଲ ଗ୍ରୃପର ଅଧ୍ୟକ୍ଷ ଡ଼ଃ ବିଜୟ କୁମାର ସାହୁ ଏହି ସମ୍ମାନଜନକ ପୁରସ୍କାର ଗୁଡ଼ିକୁ ଗ୍ରହଣ କରିଥିଲେ ।

ଏହି ବିଶ୍ୱ ଶିକ୍ଷା ଶିଖର ସମ୍ମିଳନୀ ୨୦୧୮ ଶିକ୍ଷା କ୍ଷେତ୍ରରେ ନୂତନ ଚିନ୍ତା, ଉଦ୍ଭାବନ ତଥା ରଚନାତ୍ମକ ଶୈଳୀରେ ସମର୍ପିତ ହୋଇଥିବା ଏକ ଆନ୍ତର୍ଜାତିକ ଶିକ୍ଷା ମଞ୍ଚ । ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ଅଗ୍ରଣୀ ମଡ଼େଲ, ପରିଯୋଜନା, ଉକ୍ରୃଷ୍ଟତା ତଥା ସ୍କୁଲ ଓ ଉଚ୍ଚଶିକ୍ଷାରେ ନୂଆ ପଦ୍ଧତିକୁ ସଠିକ ମୂଲ୍ୟାୟନ କରି ସମ୍ମାନିତ କରିବା ।

ଏହି ଶିକ୍ଷା ଭିତ୍ତିକ ଶିଖର ସମ୍ମିଳନୀରେ ବିଭିନ୍ନ ରାଜ୍ୟ ତଥା ଦେଶର ରାଜନୀତିଜ୍ଞ, ଅଗ୍ରଣୀ ଶିକ୍ଷାବିତ, ବିଭିନ୍ନ ଶିକ୍ଷାନୁଷ୍ଠାନ ତଥା ବିଦେଶର ଅନେକ ଶିକ୍ଷା ଅନୁଷ୍ଠାନର ପ୍ରତିନିଧିମାନେ ଯୋଗଦେଇଥିଲେ ।

ଏହି ଶିଖର ସମ୍ମିଳନୀର ଏକ ପ୍ୟାନେଲ ସଦସ୍ୟ ଭାବେ ସାଇ ଇଣ୍ଟରନ୍ୟାସନାଲ ଗ୍ରୃପର ଅଧ୍ୟକ୍ଷ ଡ଼ଃ ବିଜୟ କୁମାର ସାହୁ ‘ବୈଦେଶିକ ଶିକ୍ଷା ବଜାରରେ ଭାରତୀୟ ସ୍କୁଲ ଏବଂ ସେୟାରିଂ ବେଷ୍ଟ ପ୍ରାକ୍ଟିସେସ ଇନ ଗ୍ଲୋବାଲ ଏଜୁକେସନ ଏଣ୍ଡ ଇନଭେଷ୍ଟମେଣ୍ଟ ଅପରଚ୍ୟୁନିଟିସ୍’ ଶୀର୍ଷକ ଏକ ଆଲୋଚନାରେ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ ।

Leave A Reply

Your email address will not be published.