Latest Odisha News

କାଳବୈଶାଖୀ ଆଶଙ୍କା: କଟକ ସମେତ ୫ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ରାଜ୍ୟର କେତେକ ସ୍ଥାନରେ ଦିନକୁଦିନ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଥିବାବେଳେ ପ୍ରାୟ ୫ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଗୁରୁବାର ଦିନ ପୂର୍ବାନୁମାନ କରାଯାଇଛି ।

ନବରଙ୍ଗପୁର, ନୂଆପଡା, ବଲାଙ୍ଗିର, ବରଗଡ, ସୋନପୁର ଓ କଟକ ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୪୦ କିମି. ବେଗରେ ପବନ ବୋହିବା ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି ।

ଏହି ୫ଟି ଜିଲ୍ଲା ଗୁଡିକରେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଆହୁରି ମଧ୍ୟ ଏହିସବୁ ଜିଲ୍ଲାଗୁଡିକରେ ପ୍ରାୟ ଦ୍ୱିପ୍ରହର ୪ଟା ୧୫ ମି.ରୁ ସନ୍ଧ୍ୟା ୭ଟା ୧୫ମି. ମଧ୍ୟରେ ବର୍ଷା ସହ ଝଡତୋଫାନ ହେବାର ସମ୍ଭାବନା ରହିଛି ।

Comments are closed.