Latest Odisha News

BREAKING NEWS

୫ମ ଥର ଲାଗି ନବୀନ ହେବେ ମୁଖ୍ୟମନ୍ତ୍ରୀ: ବ୍ରହ୍ମଗିରି ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ବିଜେଡ଼ି ପ୍ରାର୍ଥୀ ସଞ୍ଜୟ ଦାସବର୍ମାଙ୍କଠୁଁ ୧,୦୫୯ ଖଣ୍ଡ ଭୋଟରେ ଆଗୁଆ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳ ଲାଗି ୧୫ତମ ରାଉଣ୍ଡ ଭୋଟ ଗଣତି ପରେ ପୁରୀ ଜିଲ୍ଲା ବ୍ରହ୍ମଗିରି ଆସନରେ ବିଜେଡ଼ି ପ୍ରାର୍ଥୀ ସଞ୍ଜୟ ଦାସବର୍ମା ତାଙ୍କର ନିକଟତମ ପ୍ରାର୍ଥୀଙ୍କ ଠାରୁ ପ୍ରାୟ ୧,୦୫୯ ଭୋଟରେ ଆଗୁଆ ରହିଛନ୍ତି ।

ଏହି ଆସନରେ ବିଜେପି ପ୍ରାର୍ଥୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ୩୫,୩୮୦ ଖଣ୍ଡ ପାଇଥିବା ବେଳେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସଞ୍ଜୟ ଦାସବର୍ମା ୩୪,୩୨୧ ଖଣ୍ଡ ଭୋଟ ପାଇ ୧,୦୫୯ ଭୋଟ୍ ପଛରେ ରହିଛନ୍ତି ।

ଏଠାରେ କଂଗ୍ରେସ ପ୍ରାର୍ଥୀ ଉମାକାନ୍ତ ୪୪୮ ଖଣ୍ଡ ଭୋଟ ପାଇ ପାରିଛନ୍ତି । ସେହିପରି ୨୪୩ଟି ଭୋଟ ନୋଟାକୁ ଯାଇଛି । ଏଯାବତ୍ ଭୋଟ୍ ଗଣତି ଜାରି ରହିଛି ।

Leave A Reply

Your email address will not be published.