Latest Odisha News

BREAKING NEWS

ଆଜି ସନ୍ଧ୍ୟା ସୁଦ୍ଧା ଏହି ଜିଲ୍ଲାଗୁଡ଼ିକରେ ହେବ ପ୍ରବଳ ବର୍ଷା: ପାଣିପାଗ ବିଭାଗ

ଭୁବନେଶ୍ୱର: ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ସମ୍ବଲପୁର ଓ ଦେଓଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସୋମବାର ଦିନ ବଜ୍ରପାତ ସହିତ ମଧ୍ୟମ ଧରଣର ବୃଷ୍ଟିପାତ ହେବ ।

ତେବେ ପାଣିପାଗ ସୂଚନା କେନ୍ଦ୍ର ରାଜ୍ୟ ଅନ୍ୟ କେତୋଟି ଜିଲ୍ଲା ଲାଗି ମଧ୍ୟ ସତର୍କ ସୂଚନା ପ୍ରଦାନ କରିଛନ୍ତି । ଯେଉଁ ସବୁ ଜିଲ୍ଲା ଗୁଡ଼ିକରେ ସନ୍ଧ୍ୟା ସୁଦ୍ଧା ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ସେହିସବୁ ଜିଲ୍ଲାଗୁଡ଼ିକ ହେଲା – କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, ଯାଜପୁର, ବାଲେଶ୍ୱର, ଖୋର୍ଦ୍ଧା (ଭୁବନେଶ୍ୱର ସମେତ), ଭଦ୍ରକ, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, ପୁରୀ, ଅନୁଗୁଳ, କଟକ (କଟକ ସହର ସମେତ), ଢେଙ୍କାନାଳ ଏବଂ ନୟାଗଡ଼ ଜିଲ୍ଲା ।

ଏହିସବୁ ଜିଲ୍ଲାଗୁଡ଼ିକରେ ସନ୍ଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ଝଡ଼ବର୍ଷା ହେବାର ଆଶଙ୍କା ରହିଥିବାର ସତର୍କ ସୂଚନା ପ୍ରଦାନ କରିଛନ୍ତି ପାଣିପାଗ ବିଭାଗ ।

Leave A Reply

Your email address will not be published.