Latest Odisha News

BREAKING NEWS

ମାସ୍କ ନପିନ୍ଧିଲେ, ବାହାରେ ଛେପ ପକାଇଲେ ୫୦୦ଟଙ୍କା ଫାଇନ୍‌

ଭୁବନେଶ୍ୱର: ଜୁନ ମାସ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ଆଜି କହିଛନ୍ତି ରାଜ୍ୟ ସରକାର । ଜୁନ୍ ମାସରେ ହିଁ କରୋନା ଅଧିକ କାୟା ମେଲାଇବା ସମ୍ଭାବନା ରହିଛି । ତେଣୁ ଏହି ମାସରେ ଅଧିକ ସତର୍କ ରହିବାକୁ ପଡିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ନୂଆ ଗାଇଡଲାଇନ୍ ଅନୁସାରେ ଏଣିକି ମାସ୍କ ନପିନ୍ଧିଲେ ୫୦୦ଟଙ୍କା ଦେବାକୁ ପଡିବ । ପୂର୍ବରୁ ପ୍ରଥମ ଥର ପାଇଁ ୨୦୦ ଟଙ୍କା ଜରିମାନା ଥିବା ବେଳେ ଏବେ ଏହାକୁ ୫୦୦ଟଙ୍କା କରିଦିଆ ଯାଇଛି ।

ସେହିପରି ବାହାରେ ଛେପ ପକାଇଲେ ପ୍ରଥମଥର ପାଇଁ ୫ଶହ ଟଙ୍କା ଜରିମାନା ଦେବାକୁ ପଡିବ । ଏବଂ ଲଗାତର ତୃତୀୟଥର ପାଇଁ ବାହାରେ ଛେପ ପକାଇବା ବେଳେ ଧରାପଡିଲେ ୧ହଜାର ଟଙ୍କା ଫାଇନ୍ କରାଯିବ ।

Leave A Reply

Your email address will not be published.