Latest Odisha News

ରାଜ୍ୟର ୧୭ଟି ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୧୭ଟି ସ୍ଥାନରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ବୁଧବାର ଦିନ ପୂର୍ବାନୁମାନ କରାଯାଇଛି ।

ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଢେଙ୍କାନାଳ, ଖୋର୍ଦ୍ଧା (ଭୁବନେଶ୍ୱର), କଟକ, ଅନୁଗୁଳ, ଗଞ୍ଜାମ, ପୁରୀ, ଗଜପତି, ନୟାଗଡ, କନ୍ଧମାଳ ଓ ରାୟଗଡା ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ଏହିସବୁ ଜିଲ୍ଲାଗୁଡିକରେ ବିଭାଗ ପକ୍ଷରୁ ଦିନ ୧ଟା ୧୫ମି. ଯାଏଁ ସତର୍କ ସୂଚନା ଜାରି କରାଯାଇଛି ।

Leave A Reply

Your email address will not be published.