Latest Odisha News

ମେ ୨ ଯାଏ କାଳବୈଶାଖୀ, ତା’ପରେ ଅସମ୍ଭାଳ ତାତି

ଭୁବନେଶ୍ୱର: ମେ ଦୁଇ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗି ରହିବ। ତେବେ ଆଜି ସମଗ୍ର ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ତେବେ ୩୦ ତାରିଖ ଦିନ କାଳବୈଶାଖୀର ପ୍ରଭାବ ଅଧିକ ରହିବ। ଏହି ଦିନ ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ୯ ଟି ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ପବନ ବହିବ। ତା ସହିତ ସହ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଏହି ୯ଟି ଜିଲ୍ଲା ପାଇଁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟର ଅବଶିଷ୍ଟ ଜିଲ୍ଲାରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବର୍ଷା ‌ହେବବୋଲି ପାଣିପାଗ ବିଭାଗ କହିଛି।

Bengaluru Rain: Heavy rains disrupt normal life in Bengaluru | The Economic Times

ଶୁକ୍ରବାର ସକାଳେ ରାଜ୍ୟରେ କେତେକ ଜିଲ୍ଲାରେ ଆକାଶ ମେଘାଚ୍ଛନ୍ନ ରହିଥିଲା. କିଛି କିଛି ସ୍ଥାନରେ ଝିପିଝିପି ବର୍ଷା ମଧ୍ୟ ହୋଇଥିଲା। ଶୁକ୍ରବାର ଦିନ ଉପକୂଲିଆ ଜିଲ୍ଲାଗୁଡ଼ିକରେ ହାଲୁକା ବର୍ଷା ହୋଇଥିବା ବେଳେ ପୁରୀରେ ରାଜ୍ୟର ସର୍ବାଧିକ ୨୮.୨ ମିମି ବର୍ଷା ରେକର୍ଡ କରାଯାଇଥିଲା। ସେହିପରି କୋରାପୁଟ, ଗଜପତି, ଗଞ୍ଜାମ, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର କିଛି କିଛି ସ୍ଥାନରେ ବି କୁଆପଥର ବର୍ଷା ହୋଇଥିଲା।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ୧ ଓ ୨ ତାରିଖରେ ମଧ୍ୟ ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବ। ଏହି ଦୁଇ ଦିନ ରାଜ୍ୟରେ ଘଣ୍ଟା ପ୍ରତି ୩୦ରୁ ୪୦ କିମିରେ ବେଗରେ ପବନ ବହିବା ସହ ବର୍ଷା ଓ ଘଡ଼ ଘଡ଼ ହେବ। ଶନିବାର  ଦିନ ବେଳା ଭୁବନେଶ୍ୱର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରି ମଧ୍ୟରେ ରହିବ ବୋଲି ପାଣିପାଗ ବିଭାଗ କହିଛି।

ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗ  ମେ ମାସରେ ଆସମ୍ଭାଳ ତାତି ନେଇ ପୂର୍ବାନୁମାନ କରିଛି। ମେ ମାସରେ ଓଡ଼ିଶାରେ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହିବ।

Thunderstorm | Definition, Types, Structure, & Facts | Britannica

ଖାଲି ଓଡ଼ିଶା ନୁହେଁ ଦେଶର ଅଧିକାଂଶ ସ୍ଥାନରେ ତାପମାତ୍ରା ଅଧିକ ରହିବ । ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ଗ୍ୟାଙ୍ଗେଟିକ୍ ପଶ୍ଚିମବଙ୍ଗ, ପୂର୍ବ ଉତ୍ତରପ୍ରଦେଶ, ଉପକୂଳ ଆନ୍ଧ୍ରପ୍ରଦେଶ ସହ ଉତ୍ତର ଛତିଶଗଡ଼, ପୂର୍ବ ମଧ୍ୟପ୍ରଦେଶ, ତେଲଙ୍ଗାନା ଓ ଗୁଜରାଟ ଉପକୂଳରେ ମେ ମାସରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ।

ଏହି ସମୟରେ ବର୍ଷାର ହାରାହାରି ପରିମାଣ ୯୧ରୁ ୧୦୯ ପ୍ରତିଶତ ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁସାରେ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ମେ ୨ ତାରିଖ ଯାଏ କାଳବୈଶାଖ ପ୍ରଭାବ ରହିବ । ଏନେଇ ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି ।

During Wind and Rain, a poem by Thomas Hardy at Spillwords.com

Leave A Reply

Your email address will not be published.