Latest Odisha News

ଥମୁନି ହାତୀ ଉପଦ୍ରବ; ହାତୀ ଆକ୍ରମଣରେ ଗଲା ବୃଦ୍ଧାଙ୍କର ଜୀବନ

ଅନୁଗୁଳ : ମାତିଛନ୍ତି ହାତୀ । ଦିନକୁ ଦିନ ବଢ଼ିବାରେ ଲାଗିଛି ହାତୀ ଉପଦ୍ରବ । ପୁଣି ହାତୀ ଆକ୍ରମଣରେ ଗଲା ବୃଦ୍ଧାଙ୍କର ଜୀବନ । ଏହି ଘଟଣା ଅନୁଗୁଳ ଜିଲ୍ଲା ବନ୍ତଳା ରେଞ୍ଜ ମରଣ୍ଡା ଗାଁରେ ଘଟିଛି ।

ସୂଚନା ଅନୁଯାୟୀ, ମୃତକ ହେଲେ ଝଟକ ବେହେରା । ମହିଳା ଜଣକ ସକାଳୁ ବଗିଚାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଗତ ଦୁଇଦିନ ମଧ୍ୟରେ ହାତୀ ଆକ୍ରମଣରେ ଦୁଇ ଜଣ ମହିଳାଙ୍କ ଜୀବନ ଯାଇଥିବା ବେଳେ ଆଜି ପୁଣି ଜଣେ ମହିଳା ହାତୀ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି । ମହିଳାଙ୍କ  ମୃତ୍ୟୁ ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି । ଏନେଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି । ତେବେ ଗାଁ ନିକଟରେ ପାଖା ପାଖି ୨୦ ଟିକିଆ ହାତୀପଲ ଅଛନ୍ତି । ଏହି ହାତୀପଲଙ୍କୁ ଦେଖି ଲୋକେ ଭୟରେ ଦିନ କାଟୁଛନ୍ତି ।

Leave A Reply

Your email address will not be published.