ଭୁବନେଶ୍ବର:ଆଗାମୀ ତିନି ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଏଥିସହ ଅରେଞ୍ଜ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ମାଲକାନଗିରି , ଖୋର୍ଦ୍ଧା, ମୟୂରଭଞ୍ଜ, ବାଲେଶ୍ବର, କେନ୍ଦ୍ରାପଡା, ଜଗତସିଂହପୁର, ରାୟଗଡା, ସୁନ୍ଦରଗଡ଼ ଏବଂ ନୟାଗଡ଼,କେନ୍ଦୁଝର ଜିଲ୍ଲାର କିଛି ଅଂଶକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ।
ଏହାର ପ୍ରଭାବରେ କଚ୍ଚା ଘରର ସାମାନ୍ୟ କ୍ଷତି ହୋଇପାରେ । ଠିଆ ଫସଲର ମଧ୍ୟ କିଛି କ୍ଷତି ହୋଇପାରେ। ପାଗ ଉପରେ ନଜର ରଖିବାକୁ ଏବଂ ବର୍ଷା ସମୟରେ ସୁରକ୍ଷିତ ସ୍ଥାନରେ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
ଆସନ୍ତାକାଲି ମଧ୍ୟ ରାଜ୍ୟରେ ୟଲୋ ଚେତାବନୀ ରହିଛି । ୩୦-୪୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଛି ।
Comments are closed.