Latest Odisha News

BREAKING NEWS

ହଠାତ୍ ମାଡ଼ି ଆସିଲା ପ୍ରବଳ ବର୍ଷା ସହ ଝଡ଼, ଭୁବନେଶ୍ୱରରେ କାଳବୈଶାଖୀ ତାଣ୍ଡବ

ଭୁବନେଶ୍ୱର: ହଠାତ୍ ମାଡ଼ି ଆସିଲା ପ୍ରବଳ ବର୍ଷା ସହ ଝଡ଼ । ଭୁବନେଶ୍ୱରରେ ତାଣ୍ଡବ ରଚୁଛି କାଳବୈଶାଖୀ । ରାତି ୯ଟାରେ ପ୍ରବଳ ବେଗରେ ପବନ ସହ ବର୍ଷା ହୋଇଛି । ଝଡ଼ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । କେବଳ ଭୁବନେଶ୍ବର ନୁହେଁ, କଟକ, ବାଲେଶ୍ବର, କେନ୍ଦୁଝର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହୋଇଛି । ବର୍ଷା, ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାଏରୁ ଅଧିକ ସମୟ ଧରି ବର୍ଷା ହୋଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି, ଆଗାମୀ ୩ ଦିନ ରାଜ୍ୟରେ କାଳବୈଶାଖି ବର୍ଷା ହେବ।

ଆସନ୍ତା ୨୪ ଘଣ୍ଟାରେ କୁଆପଥର ବର୍ଷା ସହ ବିଜୁଳୀ ଘଡଘଡି ଜନିତ ବର୍ଷା ନେଇ ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ସେହିଭଳି ଅନ୍ୟ ସବୁ ଜିଲ୍ଲାକୁ ୟେଲୋ ୱର୍ଣିଂ ଜାରି ହୋଇଛି। ଏହା ପରେ ଆସନ୍ତା ୪ ତାରିଖ ୫ ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଏବଂ ଅନ୍ୟ ସବୁ ଜିଲ୍ଲାକୁ ୟେଲୋ ୱର୍ଣିଂ ଜାରି କରିଛି ଆଞ୍ଚଳିକ କେନ୍ଦ୍ର।୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବା ନେଇ ସତର୍କ କରାଯାଇଛି।୩ ଦିନ ପରେ ପୁଣି ବଢିପାରେ ଦିନ ତାପମାତ୍ରା। ୨ରୁ ୪ ଡିଗ୍ରୀ ବଢିବ ଦିନ ତାପମାତ୍ରା।

Comments are closed.