Latest Odisha News

BREAKING NEWS

ଅନଲାଇନ୍ ଟ୍ରେଡିଂ ନେଲା ଜୀବନ : ଅନଲାଇନରେ ଅର୍ଥ କାରବାର କରି ଋଣ ଭାରରେ ବୁଡି ଜୀବନ ହାରିଲେ ଯୁବକ

ବାଲେଶ୍ୱର  : ଅନଲାଇନ୍ ଟ୍ରେଡିଂ ନେଲା ଜୀବନ । ଅନଲାଇନରେ ଅର୍ଥ କାରବାର କରି ଋଣ ଭାରରେ ବୁଡିଗଲେ ଯୁବକ । ଶେଷରେ ଚିଠି ଲେଖି ହାରିଲେ ଜୀବନ । ଏପରି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ସଦାସହି ଗାଁରେ । ଗାଁର ପୂର୍ଣ୍ଣଚନ୍ଦ୍ର ଦାସ ଋଣ ଭାରରେ ବୁଡିଯାଇ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି ।

କିଛି ଦିନ ହେଲା ଏହି ଅନଲାଇନରେ ଅର୍ଥ କାରବାର ଚଳାଇଥିଲେ ପୂର୍ଣ୍ଣଚନ୍ଦ୍ର । ହେଲେ ଏଥିରେ ସେ ସଫଳ ହୋଇପାରିନଥିଲେ । ଅନଲାଇନ୍ ମାଧ୍ୟମରେ ଲକ୍ଷାଧିକ ଟଙ୍କା କାରବାର କରିବା ସହିତ ଲକ୍ଷାଧିକ ଟଙ୍କା ଋଣ କରିପକାଇଥିଲେ । ବହୁବାର ଚେଷ୍ଟା କରିବାପ ରେ ବି ସେ ଏଥିରୁ ମୁକୁଳିପାରିନଥିଲେ । ବିଭିନ୍ନ ଆଡୁ ନିରାଶ ହୋଇ ସବୁବେଳେ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ । ଆଉ ଶେଷରେ ନରୁପାୟ ହୋଇ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି ।

ଆତ୍ମହତ୍ୟା କରିବା ପୂର୍ବରୁ ସେ ତାଙ୍କ ପତ୍ନୀଙ୍କ ନାଁରେ ଏକ ଚିଠି ମଧ୍ୟ ଛାଡି ଯାଇଛନ୍ତି । ତାଙ୍କ ମରିବାପାଇଁ କେହି ଦାୟୀନୁହନ୍ତି ବୋଲି ସେ ଜଣାଇଛନ୍ତି ।  ତେବେ ଘଟଣା ସ୍ଥଳରେ ପୁଲିସ ଅଧିକ ଛାନଭିନ୍ ଜାରି ରଖିଛି ।

Leave A Reply

Your email address will not be published.