ଗଜପତି: ଜଣେ ୭ ବର୍ଷୀୟ ତିବ୍ଦତୀୟ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଅଞ୍ଚଳରେ ଘଟିଛି ଏପରି ଲଜ୍ଜାଜନକ ଘଟଣା । ଅଭିଯୁକ୍ତ ଓଡ଼ିଆ ନାବାଳକ ଜଣକ ଅଟକ ଥିବା ସୂଚନା ରହିଛି ।
ରବିବାର ଦିନ ନାବାଳିକାଙ୍କ ବାପା ମାଆ ଦୁହେଁ ସମ୍ପର୍କୀୟ ଘରକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ଏହି ସମୟରେ ନାବାଳିକା ଘରେ ଏକା ଥିଲେ । ଏହାର ସୁଯୋଗ ନେଇ ନାବାଳକ ଜଣକ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧରରେ ମୋହନା ଥାନା ପୋଲିସ ଏକ ମାମଲା ରୁଜୁ କରି ନାବାଳକକୁ ଥାନାକୁ ଆଣି ପଚରାଉଚରା କରୁଛି ।
ଗଜପତି ଏସପି ଜତିନ୍ଦ୍ର କୁମାର ପଣ୍ଡା କହିଛନ୍ତି ଯେ, ଜଣେ ୭ ବର୍ଷର ତିବ୍ଦତୀୟ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଚନ୍ଦ୍ରଗିରି ଫାଣ୍ଡି ଅଭିଯୋଗ ହୋଇଥିଲା ।ଉକ୍ତ ନାବାଳକକୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଛି ।