Latest Odisha News

BREAKING NEWS

ବାତ୍ୟା ବିପନ୍ନଙ୍କ ଲାଗି ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ଧର୍ମଗୁରୁ ଦଲାଇଲାମା

ଭୁବନେଶ୍ୱର : ବାତ୍ୟା ‘ଫନି’ ଓଡିଶାରେ ତାଣ୍ଡବ ରଚିବା ପରେ କିଛି ସ୍ଥାନରେ ହାହାକାର ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି ରାଜ୍ୟର କିଛି କିଛି ସ୍ଥାନର ଚିତ୍ର ସମ୍ପୂର୍ଣ୍ଣ ବଦଳି ବଦଳିଯାଇଛି ।

ବାତ୍ୟା ବିପନ୍ନ ତଥା ଓଡିଶାର ଏଭଳି ଦୁର୍ଦ୍ଦିନ ସମୟରେ ସହାୟତା ଲାଗି ହାତ ବଢାଇଛନ୍ତି ଅନେକ ବ୍ୟକ୍ତିବିଶେଷ । ସେହିପରି ବୌଦ୍ଧ ଧର୍ମଗୁରୁ ଦଲାଇଲାମା ଓଡ଼ିଶା ପାଇଁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।

ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଚିଠି ଲେଖି ଜଣାଇବା ପରେ ଏହି ଘଟଣାରେ ନବୀନ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଆହୁରି ମଧ୍ୟ ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଫନିକୁ ସାହସିକତାର ସହ ମୁକାବିଲା କରିବା ତଥା କେଇ ଘଣ୍ଟା ମଧ୍ୟରେ ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ଘଟଣାରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହ ଭୂୟସୀ ପ୍ରଶଂସା ମଧ୍ୟ କରିଛନ୍ତି।

ଉଲ୍ଲେଖଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ଫନିରେ ହୋଇଥିବା କ୍ଷୟକ୍ଷତିର ଭରଣା ପାଇଁ ୧୦୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ପୂର୍ବରୁ କେନ୍ଦ୍ର ସରକାର ଓଡିଶା ଲାଗି ଆଗୁଆ ୩୪୧ କୋଟି ଟଙ୍କାର ସହାୟତା ରାଶି ମଧ୍ୟ ଘୋଷଣା କରିଥିଲେ ।

Comments are closed.