କଟକ : କମିଲା ବାରବାଟୀ ଟିକେଟ ଦର। ପୂର୍ବ ନିର୍ଦ୍ଧାରିତ ଟିକେଟ ଦରକୁ ନେଇ ରାଜ୍ୟବ୍ୟାପୀ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ପ୍ରକାଶ ପାଇଥିଲା ଅସନ୍ତୋଷ। ଶେଷରେ ହ୍ରାସ ପାଇଲା ବାରବାଟୀ ଟିକେଟ ଦର। ଫେବ୍ରୁଆରୀ ୯ରେ ବାରବାଟୀରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଟିକେଟ ଦର ହ୍ରାସ ପାଇଛି। ସର୍ବନିମ୍ନ ୧୦୦ ଟଙ୍କା ଟିକେଟ ଦର ହ୍ରାସ କରିଛି ଓଡ଼ିଶା କ୍ରିକେଟ ସଂଘ।
ସୂଚନା ଅନୁଯାୟୀ, ଗ୍ୟାଲେରୀ ୧ ଓ ୩ ପାଇଁ ଟିକେଟ ଦର ୧୨୦୦ରୁ ୧୧୦୦ ଟଙ୍କାକୁ ହ୍ରାସ କରିଛି ଓସିଏ। ଗ୍ୟାଲେରୀ ୨ ଓ ୪ ପାଇଁ ପୂର୍ବରୁ ଧାର୍ଯ୍ୟ ହୋଇଥିବା ଟିକେଟ ମୂଲ୍ୟ ୧୦୦୦ ଟଙ୍କାରୁ ୯୦୦ ଟଙ୍କାକୁ ହ୍ରାସ କରାଯାଇଛି। ଗ୍ୟାଲେରୀ ୫ ପାଇଁ ଟିକେଟ ମୂଲ୍ୟ ୧୫୦୦ରୁ ୧୨୦୦ ଟଙ୍କାକୁ ହ୍ରାସ କରାଯାଇଛି। ସେହିଭଳି ପୂର୍ବରୁ ୮୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ଗ୍ୟାଲେରୀ ୭ ପାଇଁ ଟିକେଟ ମୂଲ୍ୟ ୭୦୦ ଟଙ୍କାରେ ଅପରିବର୍ତ୍ତିତ ରହିଛି।
ଅନ୍ୟପକ୍ଷରେ ସ୍ପେଶାଲ୍ ଏନକ୍ଲୋଜର୍ ୭ ହଜାରରୁ ୬ ହଜାର ଟଙ୍କା କରାଯାଇଛି। ଏସି ଗ୍ୟାଲେରୀ ବକ୍ସ ଟିକେଟ ୯ ହଜାରରୁ ୮ ହଜାର ସ୍ଥିର କରାଯାଇଛି। ତେବେ କର୍ପୋରେଟ ବକ୍ସ ପାଇଁ ପୂର୍ବ ନିର୍ଦ୍ଧାରିତ ୨୦ ହଜାର ଟଙ୍କା ଓ ନ୍ୟୁ ପ୍ୟାଭିଲିୟନ ପାଇଁ ୧୦ ହଜାର ଟଙ୍କା ଟିକେଟ ଦରକୁ ଅପରିବର୍ତ୍ତିତ ରଖିଛି ଓସିଏ।