Latest Odisha News

BREAKING NEWS

ଟାଇଗର ୩: ସଲମାନ-ଶାହାରୁଖଙ୍କ ଆକ୍ସନ ଦୃଶ୍ୟ ପାଇଁ ଖର୍ଚ୍ଚ ହେବ ୩୫ କୋଟି

ମୁମ୍ବାଇ: ପଠାନ ଫିଲ୍ମରେ ସଲମାନ ଖାଁଙ୍କ କ୍ୟାମିଓ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲେ । ଶାହାରୁଖ ଖାଁ ଓ ସଲମାନଙ୍କୁ ଏକତ୍ର ଦେଖି ଦର୍ଶକ ପାଗଳ ପ୍ରାୟ ହୋଇ ଉଠିଥିଲେ । ଏହାର ସଫଳତା ପରେ ଟାଇଗର ୩ରେ ମଧ୍ୟ ଦୁଇ ସୁପରଷ୍ଟାର ଏକତ୍ର ହେବେ । ମନୀଷ ଶର୍ମା ନିର୍ଦ୍ଦେଶିତ ଏହି ଫିଲ୍ମରେ ମେକର୍ସ ଆଦିତ୍ୟ ଚୋପ୍ରା ଉଭୟଙ୍କ ଆକ୍ସନ ଦୃଶ୍ୟ ପାଇଁ ୩୫ କୋଟି ଟଙ୍କାର ବଜେଟ ରଖିଛନ୍ତି । ଟାଇଗର ୩ ୟଶରାଜ ସ୍ପାଇ ୟୁନିଭର୍ସର ୫ମ ଫିଲ୍ମ । ଦୀପାବଳି ଅବସରରେ ଫିଲ୍ମକୁ ରିଲିଜ କରିବା ପାଇଁ ସ୍ଥିର କରାଯାଇଛି । କ୍ୟାଟ୍ରିନା କୈଫ ଓ ଇମରାନ ହାଶମୀ ଏହି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା କରୁଛନ୍ତି ।

ଏହି ଫ୍ରାଚାଂଇଜର ପ୍ରଥମ ୨ଟି ଫିଲ୍ମ ସୁପରହିଟ ହୋଇଥିବାରୁ ଦର୍ଶକଙ୍କ ସଲମାନଙ୍କ ଏହି ଫିଲ୍ମ ପ୍ରତି ବେଶ ଉତ୍କଣ୍ଠା ରହିଛି । ଅପରପକ୍ଷରେ ଶାହାରୁଖ ତାଙ୍କ ଆଗାମୀ ଫିଲ୍ମ ଯବାନର ରିଲିଜ ନେଇ ବ୍ୟସ୍ତ ଅଛନ୍ତି । ପ୍ରଥମେ ଏହା ଜୁନ ୨ରେ ରିଲିଜ ହେବ ବୋଲି ସ୍ଥିର ହୋଇଥିଲା ମାତ୍ର ପରେ ମିଡିଆ ରିପୋର୍ଟସ ଅନୁସାରେ ଏବେ ୨୫ ଅଗଷ୍ଟକୁ ଘୁଂଚାଇ ଦିଆଯାଇଛି । ଅବଶ୍ୟ ମେକର୍ସଙ୍କ ପକ୍ଷରୁ ଏ ନେଇ କୌଣସି ଘୋଷଣା କରାଯାଇ ନାହିଁ ।

Leave A Reply

Your email address will not be published.