Latest Odisha News

BREAKING NEWS

ଶିମିଳିପାଳରେ ରାଷ୍ଟ୍ରପତି; ଚହଲାରେ କରିବେ ମଧ୍ୟାହ୍ନଭୋଜନ

ମୟୂରଭଞ୍ଜ: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ୨ୟ ଦିନ । ୨ୟ ଦିନରେ ଆଜି  ଶିମିଳିପାଳ ଅଭୟାରଣ୍ୟ ବୁଲି ଦେଖିଛନ୍ତି ରାଷ୍ଟ୍ରପତି  । ରାଷ୍ଟ୍ରପତିଙ୍କର ଏହି ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଜି ଶିମିଳିପାଳ ବନ୍ଦ ରଖାଯାଇଛି ।  ଶିମିଳିପାଳର ପ୍ରାୟ ୮୦ କିମି ବୁଲିବାକୁ ଥିବା ବେଳେ ରାଷ୍ଟ୍ରପତିଙ୍କ ପାଇଁ ଏକ  ସ୍ୱତନ୍ତ୍ର ଗାଡ଼ିର ବ୍ୟବସ୍ଥା କରାଯାଇଛି। ରାଷ୍ଟ୍ରପତି ଯଶୀପୁରରୁ ହେଲିକପ୍ଟରରେ ଆସି ଶିମିଳିପାଳରେ ପହଞ୍ଚିଥିଲେ । ପରେ ଏହି ଗାଡିରେ  ଅଭୟାରଣ୍ୟକୁ ଯାଇ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ବାଘ, ହାତୀ ଏବଂ ଅନ୍ୟାନ୍ୟ ଜୀବଜନ୍ତୁ ଦେଖିଥିଲେ ।

ଅଭୟାରଣ୍ୟରେ ମଧ୍ୟାହ୍ନ ଭୋଜନ କରିବେ ରାଷ୍ଟ୍ରପତି । ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ସକାଳେ ରାଷ୍ଟ୍ରପତି ଜଳଖିଆରେ ଛତୁ ପିଠା ଖାଇଥିଲେ । ଅଭୟରଣ୍ୟରେ ଥିବା ଚହଲାଠାରେ ମଧ୍ୟାହ୍ନ ଭୋଜନ କରିବେ । ପ୍ରସ୍ତୁତ କରିବାକୁ ପାଇଁ ସ୍ୱତନ୍ତ୍ର ଭାବେ ଦିଲ୍ଲୀରୁ ବଡ଼ ବଡ଼ ସେଫ ଆସିଛନ୍ତି ।

ଆଜି ମଧ୍ୟାହ୍ନ ଭୋଜନରେ ରାଷ୍ଟ୍ରପତି ଉଷୁନା ଚାଉଳର ଭାତ ଖାଇବେ ରାଷ୍ଟ୍ରପତି । ଏହାସହ ଡାଲି ପଞ୍ଚ ମେଲନ, ପୋଟଳ କୁରମା, ଶାଗଭଜା ଓ ପରିବାଭଜା ସାମିଲ ରହିବ । ଏସବୁ ବିନା ପିଆଜ ରସୁଣରେ ଏସବୁ ରନ୍ଧାଯିବ ହେବ । । ଦୁଇ ପ୍ରକାରର ଭାତ ସହ କ୍ଷୀରି ମଧ୍ୟ ମଧ୍ୟାହ୍ନ ଭୋଜନରେ ସାମିଲ କରାଯାଇଛି ।

ବାରିପଦା ଗେଷ୍ଟ ହାଉସରେ ରାତ୍ରି ରହଣୀ କରିବେ ମହାମହିମ ରାଷ୍ଟ୍ରପତି ।

Leave A Reply

Your email address will not be published.