Latest Odisha News

୨ ଦିନରେ ୧୦୦ କୋଟି ଟପିଲା ଟାଇଗର-୩

ମୁମ୍ବାଇ: ଦୀପାବଳି ଅବସରରେ ରିଲିଜ୍ ହୋଇଯାଇଛି ବଲିଉଡ଼ ଭାଇଜାନ ସଲମନ ଖାନଙ୍କ ଅଭିନିତ ଫିଲ୍ମ ‘ଟାଇଗର ୩’ । ଏହି ଫିଲ୍ମର ପ୍ରଥମ ଦିନ ଆୟ ଶାହାରୁଖଙ୍କ ଅଭିନିତ ଫିଲ୍ମ ‘ଯବାନ’ ଓ ‘ପଠାନ’ଠାରୁ କମ୍ ରହିଛି ସତ, କିନ୍ତୁ ଦ୍ୱିତୀୟ ଦିନରେ ଏହା କମାଲ୍ ପ୍ରଦର୍ଶନ କରିଛି । ମାତ୍ର ଦୁଇ ଦିନରେ ଏହି ଚଳଚ୍ଚିତ୍ରର ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆୟ କରି ପାରିଛି । ମିଳିଥିବା ସୂଚନା ମୁତାବକ, ଫିଲ୍ମଟି ପ୍ରଥମ ଦିନରେ ୪୪.୫୦କୋଟି ଟଙ୍କା ଆୟ କରିଥିବା ବେଳେ ଦ୍ୱିତୀୟ ଦିନରେ ୫୭.୫୦କୋଟି ଟଙ୍କା ରୋଜଗାର କରିଛି ।

ଏହି ଆୟ ‘ପଠାନ୍‌’, ‘ଯବାନ’ ଏବଂ ‘ବାହୁବଲୀ-୨’ର ହିନ୍ଦୀ ସଂସ୍କରଣର ପ୍ରଥମ ସୋମବାର ବ୍ୟବସାୟଠାରୁ ଅଧିକ । ପ୍ରାୟ ୩୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ‘ଟାଇଗର ୩’ ବର୍ତ୍ତମାନ ଦ୍ୱିତୀୟ ଦିନରେ ଆୟ ପରୀକ୍ଷାରେ ଶୀର୍ଷରେ ରହିଛି । ଦ୍ୱିତୀୟ ଦିନର ଆୟ ଦେଖିଲେ ଆଗାମୀ ଦିନରେ ଏହା ଆହୁରି ବଢ଼ିବ ବୋଲି କୁହାଯାଉଛି । ଏପର୍ଯ୍ୟନ୍ତ ଫିଲ୍ମଟି ମୋଟ ୧୦୨କୋଟି ଟଙ୍କା ଆୟ କରିସାରିଛି ।

Comments are closed.