Latest Odisha News

‘ବ୍ରହ୍ମାସ୍ତ୍ର’ର ରେକର୍ଡ ଭାଙ୍ଗିଲା ‘ଟାଇଗର-୩’, ଜାଣନ୍ତୁ ବକ୍ସ ଅଫିସରେ କେତେ କରିଛି ବ୍ୟବସାୟ

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନଙ୍କ ସ୍ପାଇ ଥ୍ରିଲର ଫିଲ୍ମ ‘ଟାଇଗର-୩’ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି । ନଭେମ୍ବର ୧୨ ତାରିଖ ଦୀପାବଳୀର ବିଶେଷ ଉତ୍ସବରେ ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିଥିଲା ​​ଏବଂ ଦର୍ଶକ ଏହାକୁ ବହୁତ ପସନ୍ଦ ମଧ୍ୟ କରିଛନ୍ତି । ଚଳଚ୍ଚିତ୍ରଟି ପ୍ରଥମ ଦିନରେ ଏକ ଦମଦାର ଓପେନିଙ୍ଗ କରିଥିଲା ​ଏବଂ ମାତ୍ର ଦୁଇ ଦିନ ମଧ୍ୟରେ ଘରୋଇ ବକ୍ସ ଅଫିସରେ ୧୦୦ କୋଟି ଟଙ୍କା ପାର କରିଥିଲା ​। ବର୍ତ୍ତମାନ ପର୍ଯ୍ୟନ୍ତ ସଲମାନ ଖାନଙ୍କ ଫିଲ୍ମ ସାରା ବିଶ୍ୱରେ ୪୫୦ କୋଟି ଟଙ୍କା ରୋଜଗାର କରିଛି । ଯାହା ବର୍ତ୍ତମାନ ଏହି ଚଳଚ୍ଚିତ୍ର ରଣବୀର କପୁରଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ରେକର୍ଡ ଭାଙ୍ଗିଛି ।

‘ବ୍ରହ୍ମାସ୍ତ୍ର ପାର୍ଟ-୧’ ହେଉଛି ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଏକ ଫିଲ୍ମ ଯାହା ୨୦୨୨ ମସିହାରେ ରିଲିଜ ହୋଇଥିଲା । ଏହି ଫିଲ୍ମରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଘରୋଇ ବକ୍ସ ଅଫିସରେ ‘ବ୍ରହ୍ମାସ୍ତ୍ର’ର ଲାଇଫ ଟାଇମ୍ ୨୪୯.୫୭ କୋଟି ଟଙ୍କା ଆଦାୟ ହୋଇଛି । ସଲମାନ ଖାନଙ୍କ ଫିଲ୍ମ ‘ଟାଇଗର-୩’ 16 ଦିନରେ ୨୭୩.୮ କୋଟି ଟଙ୍କା ବ୍ୟବସାୟ କରିଥିଲା ​​ଏବଂ ଏହିପରି ‘ଟାଇଗର-୩’ ଘରୋଇ ବକ୍ସ ଅଫିସରେ ‘ବ୍ରହ୍ମାସ୍ତ୍ର’କୁ ମଧ୍ୟ ପଛରେ ପକାଇଛି ।

ଉଭୟ ଫିଲ୍ମର ଓ୍ବାର୍ଲଡ ଓ୍ବାଇଡ ସଂଗ୍ରହ ବିଷୟରେ କହିବାକୁ ଗଲେ ‘ବ୍ରହ୍ମାସ୍ତ୍ର’ ସାରା ବିଶ୍ୱରେ ୪୩୧ କୋଟି ବ୍ଲକରେ ସାମିଲ ହୋଇଥିଲା ​​। ଯେତେବେଳେ କି, ‘ଟାଇଗର-୩’ ସପ୍ତାହ ଶେଷ ହେବା ପୂର୍ବରୁ ମଧ୍ୟ ବ୍ରହ୍ମାସ୍ତ୍ରର ରୋଜଗାର ରେକର୍ଡ ଭାଙ୍ଗିଛି । ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ୱରେ ‘ଟାଇଗର-୩’, ୪୫୦ କୋଟି ଟଙ୍କା ହାସଲ କରିଛି ।
ଏହି ଫିଲ୍ମଟି ‘ଟାଇଗର ଫ୍ରାଞ୍ଚାଇଜ୍’ ର ତୃତୀୟ ସିରିଜ ହୋଇଥିବାଳେ ଏହାକୁ ଦର୍ଶକ ମାନଙ୍କ ପକ୍ଷରୁ ଭଲ ରେସପନ୍ସ ମିଳିଛି ।

Comments are closed.