Latest Odisha News

BREAKING NEWS

ରାୟଗଡାରେ ବାଛୁରୀ ମାରି ଖାଇଲା ମହାବଳ ବାଘ, ଭୟଭୀତ ଲୋକେ

ରାୟଗଡା: ପ୍ରଥମେ ଗଜପତି ଆଉ ଏବେ ରାୟଗଡାରେ ଆତଙ୍କ ଖେଳାଇଛି ମହାବଳ ବାଘ । ଲୋକଙ୍କ ମନରେ କୋକୁଆ ଭୟ । ଦିନରେ ବାଘ ଟି ଲୁଚି ରହିଥିବାବେଳେ, ରାତି ହେଲେ ବାହାରକୁ ବାହାରୁଛି । ଗତ ଦୁଇ ସପ୍ତାହ ହେବ ଜିଲ୍ଲାର ଗୁଡାରୀ, ପଦ୍ମପୁର ଏବଂ ଗୁଣୁପୁର ଜଙ୍ଗଲରେ ବାଘ ବୁଲୁଥିବାବେଳେ, ବାଘଟିକୁ ଧରିବା ଲାଗି ବନୱ ବିଭାଗ ପକ୍ଷରୁ ଅନେକ ଚେଷ୍ଟା କରାଯାଉଛି । ହେଲେ ବାଘକୁ କାବୁ କରିବାରେ ଅସଫଳ ରହିଛି ବନ ବିଭାଗ ।

ସୂଚନା ମୁତାବକ, ଗତକାଲି ରାତିରେ ଗୁଡାରୀ ବ୍ଲକ ତେମ୍ବାଗୁଡା ଗାଁର ଗୋଟିଏ ବାଛୁରୀ କୁ ମାରି ଖାଇଛି ଏହି ମହାବଳ ବାଘ । ଗାଁର ନିକଟସ୍ଥ ଜଙ୍ଗଲରେ ବାଛୁରୀ ଦେହର କିଛି ଅଂଶ ପଡିଥିବାବେଳେ, ସକାଳୁ ଉକ୍ତ ଜଙ୍ଗଲକୁ ଯାଇଥିବା ଜଣେ ବ୍ୟକ୍ତି ଏହା ଦେଖି ବନ ବିଭାଗକୁ ଖବର ଦେଇଥିଲେ । ଖବରପାଇ ବନ ବିଭାଗ ପହଞ୍ଚି ବଂଶଧାରା ନଦୀ କୂଳରେ ବାଘର ପାଦଚିହ୍ନ ଠାବ କରିଥିଲା ।

ତେବେ ବାଘ ଟି ଖାଦ୍ୟ ଅନୁଷଣରେ ପୁଣି ଥରେ ଗ୍ରାରମଭିତରକୁ ପ୍ରବେଶ କରିବାର ଆଶଙ୍କା ରଖି ବନ ବିଭାଗର ଦୁଇଟି ଟିମ୍ ଉକ୍ତ ଜଙ୍ଗଲ ଓ ବଂଶଧରା ନଦୀ କୂଳରେ ଡେରା ପକାଇଛନ୍ତି । ବାଘକୁ କାବୁ କରିବାରେ ଟିମ୍ କୁ ପୂର୍ଣ୍ଣ ସହାୟତା କରୁଛନ୍ତି ଗ୍ରାମବାସୀ ।

 

Leave A Reply

Your email address will not be published.