Latest Odisha News

ଭିଜିଲାନ୍ସ ପଞ୍ଝାରେ ନୟାଗଡ ସବ୍ ରେଜିଷ୍ଟ୍ରାର୍ : ଏକକାଳୀନ ୬ଟି ସ୍ଥାନରେ ଚାଲିଛି ରେଡ୍

ନୟାଗଡ : ଭିଜିଲାନ୍ସ ପଞ୍ଝାରେ ସବ ରେଜିଷ୍ଟ୍ରାର୍ । ନୟାଗଡ ଜିଲ୍ଲା ସବ୍ ରେଜିଷ୍ଟ୍ରାର୍ ଶାଶ୍ବତ ପଟ୍ଟନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ କରୁଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଜାରି ରହିଛି । ୮ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ଓ ଅନ୍ୟ ଷ୍ଟାଫ ଚଢ଼ାଉରେ ସାମିଲ ଅଛନ୍ତି ।ଏକକାଳୀନ ୬ଟି ସ୍ଥାନରେ ରେଡ୍ କରୁଛି ଟିମ୍  । ନୟାଗଡ ସ୍ଥିତ ଭଡାଘର ଓ ଅଫିସରେ ଯାଞ୍ଚ କରାଯାଉଛି ।

ନୟାଗଡ଼ର ଦେବୋତ୍ତର କଲୋନିରେ ଥିବା ଭଡ଼ା ଘର, ନୟାଗଡ଼ରେ ଥିବା ଅଫିସ କାର୍ଯ୍ୟାଳୟ , କେନ୍ଦ୍ରାପଡ଼ା ଜିଲ୍ଲା ତଳବରଙ୍ଗାଠାରେ ଥିବା ଶ୍ରୀ ପଟ୍ଟନାୟକଙ୍କ ଘର, ତଳଗାଁରେ ଥିବା ପୈତୃକ ଘର, ପେଣ୍ଠ ଓ ଦଳନ୍ତ ଗାଁରେ ଥିବା ସଂପର୍କୀୟଙ୍କ ଘରେ ଏକକାଳୀନ ଚଢ଼ଉ ଜାରି ରହିଛି।  ଭୁବନେଶ୍ୱର ଭିଜିଲାନ୍ସ ସ୍ପେଶାଲ ଜଜ୍ ଙ୍କ ନିର୍ଦ୍ଦେଶ କ୍ରମେ ଏହି ରେଡ୍ କରାଯାଉଛି  ।

Leave A Reply

Your email address will not be published.