Latest Odisha News

BREAKING NEWS

ଏଣିକି ପ୍ରତି ବର୍ଷ ହେବ ବାଘଗଣନା: ତାଲିମ ନେଉଛନ୍ତି କର୍ମଚାରୀ

ଭୁବନେଶ୍ୱର:ବ୍ୟାଘ୍ର ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବା ଏକ ଚିନ୍ତାର କାରଣ ହୋଇଛି । ଏହାକୁ ଦୃଷ୍ଟିରେ ରଖି ସରକାର ପ୍ରତିବର୍ଷ ବ୍ୟାଘ୍ର ଗଣନା କରିବେ । ସେଥିପାଇଁ ଚନ୍ଦକା ଗୋଡ଼ିବାରିରେ ଆରମ୍ଭ ହୋଇଛି ପ୍ରଶିକ୍ଷଣ କାର୍ଯକ୍ରମ   ।

ଏହି ପ୍ରଶିକ୍ଷଣ  କାର୍ଯ୍ୟକ୍ରମ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ   ଚାଲିବ ।  ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ବାଘ ଗଣନା ଟ୍ରେନିଂ କରାଯାଉଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ୮ଟି ସର୍କଲର ACF, DFOଙ୍କ ସମେତ ବନ ବିଭାଗ ଅଧିକାରୀ, ବନ କର୍ମଚାରୀମାନଙ୍କୁ ଏହି ତାଲିମ  ପର୍ଯ୍ୟାୟକ୍ରମେ ଦିଆଯିବ  । ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନର ୩ ଜଣ ବୈଜ୍ଞାନିକ ଏହି ତାଲିମ ଦେବେ   ।

ସେତିକି ନୁହେଁ, ଏହାପରେ ଅକ୍ଟୋବର ୧୫ରୁ ୩୧ ପର୍ଯ୍ୟନ୍ତ ବାଘ ଚଲାପଥର ମଧ୍ୟ ସର୍ଭେ କରାଯିବ । ନଭେମ୍ବର ପ୍ରଥମ ସପ୍ତାହରୁ ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ପ୍ରାୟ ୧ ହଜାର କ୍ୟାମେରା  ୮ଟି ସର୍କଲରେ ଲଗାଯାଇ ସର୍ଭେ କରାଯିବ। ବାଘ ଗଣନା କରାଯାଇ କେନ୍ଦ୍ର ସରକାରଙ୍କୁ ଜାନୁଆରୀ ୩୧ ତାରିଖ ସୁଦ୍ଧା ରିପୋର୍ଟ ଦିଆଯିବ ।

ସୂଚନାଥାଉ କି, ପ୍ରତି ଚାରି ବର୍ଷରେ ଥରେ ଜାତୀୟ ସ୍ତରରେ ବ୍ୟାଘ୍ର ଗଣନା କରାଯାଇଥାଏ । ଓଡ଼ିଶାରେ କ୍ରମାଗତ ଭାବେ ବାଘ ସଂଖ୍ୟା ହ୍ରାସ ପାଉଛି । ୨୦୦୬ରେ ରାଜ୍ୟରେ ୪୫ ଟି ବାଘ ଥିବାବେଳେ ୨୦୨୨ ରେ ଏହାର ସଂଖ୍ୟା ୨୦କୁ ଖସି ଆସିଥିଲା ।

Leave A Reply

Your email address will not be published.