ନୂଆଦିଲ୍ଲୀ: ଆସିଲା ଗତ ବର୍ଷ ଅର୍ଥାତ୍ ୨୦୨୫ରେ ମୃତ୍ୟୁ ହୋଇଥିବା ବାଘଙ୍କ ସଂଖ୍ୟାର ରିପୋର୍ଟ । ୨୦୨୫ରେ ୧୬୬ଟି ବାଘଙ୍କର ମୃତ୍ୟୁ ହୋଇଛି । ଗତବର୍ଷ ତୁଳନାରେ ଏହା ୪୦ଟି ଅଧିକ ବୋଲି ଜଣାପଡ଼ିଛି । ତଥ୍ୟ ଅନୁଯାୟୀ, ଦେଶରେ ବାଘ ମୃତ୍ୟୁ ସଂଖ୍ୟା ମଧ୍ୟପ୍ରଦେଶ ସର୍ବାଧିକ ରହିଛି । ମଧ୍ୟପ୍ରଦେଶରେ ସର୍ବାଧିକ ୫୫ଟି ବାଘଙ୍କର ମୃତ୍ୟୁ ହୋଇଥିଲା ।
୨୦୨୫ରେ ମହାରାଷ୍ଟ୍ରରେ ୩୮, କେରଳରେ ୧୩ ଏବଂ ଆସାମରେ ୧୨ଟି ବାଘ ମୃତ୍ୟୁ ହୋଇଛି । ୧୬୬ ମୃତ ବାଘଙ୍କ ମଧ୍ୟରେ ୩୧ଟି ଶାବକ ଅଛନ୍ତି । ତେବେ ବିଭିନ୍ନ କାରଣରୁ ବାଘଙ୍କ ମୃତ୍ୟୁ ହୋଇଥିବା ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍ଟିସିଏ) କହିଛନ୍ତି ।
୨୦୨୪ରେ ଭାରତରେ ୧୨୬ଟି ବାଘଙ୍କ ମୃତ୍ୟୁ ହୋଇଥିଲା । ଏନ୍ଟିସିଏ ତଥ୍ୟ ଅନୁଯାୟୀ, ଡିସେମ୍ବର ୨୮ରେ ମଧ୍ୟପ୍ରଦେଶର ସାଗରରେ ଗୋଟିଏ ବାଘର ମୃତ୍ୟୁ ହୋଇଥିଲା । ବାଘ ସଂଖ୍ୟା ବୃଦ୍ଧି ଅନୁଯାୟୀ ସେମାନଙ୍କୁ ସ୍ଥାନର ଅଭାବ ରହୁଛି ବୋଲି କୁହାଯାଇଛି ।