Latest Odisha News

BREAKING NEWS

ତିଗିରିଆ ବନାଞ୍ଚଳ ଭିରୁଡ଼ା ଜଙ୍ଗଲରୁ ମିଳିଲା କଲରାପତରିଆ ବାଘର ମୃତଦେହ

କଟକ: ପୁଣି ଏକ ବାଘର ମୃତଦେହ ଠାବ କରାଯାଇଛି । ଆଠଗଡ଼ ବନଖଣ୍ଡ ତିଗିରିଆ ବନାଞ୍ଚଳର ଭିରୁଡ଼ା ଜଙ୍ଗଲରେ ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର କରାଯାଇଛି । ବାରହା ଶିକାର ପାଇଁ ବିଛା ଯାଇଥିବା ଫାଶରେ ପଡ଼ି ବାଘର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ବାଘର ମୃତଦେହ ଠାବ ପରେ ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି ।

BjdElectrycity

ଗତକାଲି ତାର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଏସିଏଫ ଘନଶ୍ୟାମ ମୁଦୁଲି ଆଜି ଭୋରରୁ ସୂଚନା ଦେଇଛନ୍ତି । ବନ ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି । ଏହି ମାମଲାରେ କାହାକୁ ଗିରଫ କରାଯାଇନାହିଁ । ୨ବର୍ଷ ପୂର୍ବେ ଏହି ଜଙ୍ଗଲରେ କଲରାପତରିଆ ବାଘର ମୃତ୍ୟୁ ହୋଇଥିଲା ।

ପୂର୍ବରୁ ଏହି ସବୁ ଅଞ୍ଚଳରେ ବାରମ୍ବାର ଜଙ୍ଗଲୀ ଜନ୍ତୁର ଶିକାର କରାଯାଉଥିବା ଅଭିଯୋଗ ହେଉଛି । ହେଲେ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.