ଭୁବନେଶ୍ୱର: ପ୍ରତି ମୁହୂର୍ତ୍ତରେ କିଛି ନା କିଛି ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି । ରବିବାର ଆଇଏଫଏସ ଅଫିସର ପରବିନ କସୱାନ ଏମିତି ଏକ ଭିଡିଓ ଟ୍ୱିଟରରେ ପୋଷ୍ଟ କରିଛନ୍ତି । ଯାହା ଶହେ ଶହେ ରେ ଭାଇରାଲ ହେବାରେ ଲାଗିଛି ।
That tiger sized jump though. Old video of rescue & release of tiger from Sundarbans. pic.twitter.com/u6ls2NW7H3
— Parveen Kaswan, IFS (@ParveenKaswan) April 17, 2022
ବୋଟ୍ ରେ ଏକ ମହାବଳ ବାଘକୁ ସୁନ୍ଦରବନକୁ ଉଦ୍ଧାର କରି ନେବା ବେଳେ ବାଘ ଟି ପାଣିକୁ ଡେଇଁ ପଡୁଛି । ପଛକୁ ଆଉ ନ ମୋଡ଼ି କିଛି ବାଟ ପହଁରି ଯାଉଛି । ତା ପରେ ବାଲିରେ ଡିଅାଁ କୁଦ ମାରି ଜଙ୍ଗଲ ଭିତରକୁ ଦୌଡ଼ି ଯାଉଛି ।
ଭିଡିଓ ଟି ବେଶ୍ ମଜାଦାର ହୋଇଛି ଦେଖିବାକୁ । ପ୍ରତ୍ୟେକ ଲୋକ ପସନ୍ଦ କରିବା ତ ନିଶ୍ଚୟ । ତେବେ ଏଥିରେ ଗୁଡ଼େ କୌତୁକିଆ କମେଣ୍ଟ ମଧ୍ୟ ଆସିଛି ।
କିଛି ନେଟିଜେନ ପଚାରିଛନ୍ତି ଯେ, ବାଘ କଣ ପହଁରି ପାରେ? ଲାଇଫ ଅଫ୍ ପାଏ ରେ ଯେମିତି ବାଘ ପଛକୁ ଦେଖିନି ଏଠି ବି ମହାବଳ ଦେଖିନି ବୋଲି ଜଣେ କମେଣ୍ଟ କରଛନ୍ତି ।
ଭିଡିଓ ଟି ଏବେ ଯାଏଁ ଏକ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି । ଏହା ସହ ଭିଡିଓଟିକୁ ଡାଉନଲୋଡ଼ କରି ଅନ୍ୟ କିଛି ପଶୁପ୍ରେମୀ ନିଜ ଇନଷ୍ଟାଗ୍ରାମ ଓ ଅନ୍ୟ ସୋସିଆଲ ମିଡିଆରେ ସେୟାର କରିଥିବା ଦେଖିବାକୁ ମିଳିଛି ।
Comments are closed.