Latest Odisha News

BREAKING NEWS

ନାକେଦମ୍ କଲା ବାଘ

ଭୁବନେଶ୍ୱର : ଭୁବନେଶ୍ୱର ନନ୍ଦନକାନନରେ ଅଘଟଣ । ନନ୍ଦନକାନନରେ ଥିବା ମହାବଳ ବାଘ ଖସିଯାଇଥିବା ଖବର ସାମ୍ନାକୁ ଆସିଛି । କିଛି ସମୟ ପରେ ବନକର୍ମଚାରୀ ବାଘଟିକୁ ଉଦ୍ଧାର କରିଛନ୍ତି। ୩୩ ନମ୍ବର ଖୁଆଡରୁ ମହାବଳ ବାଘ ଖସି ପଳାଇଥିଲା । ଆଜି ସକାଳ ପ୍ରାୟ ୯ଟା ୩୦ ଟା ପାଖାପାଖି ହେବ ଏପରି ଅଘଟଣ ଘଟିଛି ।ବାଘଟି ତାରବାଡ ଜାଲିକୁ ଭାଙ୍ଗି ବାହାରକୁ ପଳାଇଆସିଥିବା ସୂଚନା ମିଳିଛି।

ପ୍ରାୟ ୧୦.୩୦ ପାଖାପାଖି ହେବ ବନ ବିଭାଗ କର୍ମଚାରୀ ବାଘଟିକୁ ଖୁଆଡ ଭିତରକୁ ଆଣିବାରେ ସକ୍ଷମ ହୋଇଥିଲେ। ପ୍ରାୟ ୪୫ ମିନିଟ୍ ଧରି ବନବିଭାଗ କର୍ମଚାରୀଙ୍କୁ ବାଘ ନାକେଦମ୍ କରିଥିଲା। ଏ ହି ସମୟରେ ନନ୍ଦନକାନନରେ ପର୍ଯ୍ୟଟକଙ୍କ ଗହଳି ନଥିଲା। ବାଘ ବାହାରକୁ ଆସିବା ନେଇ ନନ୍ଦନକାନନ କର୍ତୁର୍ପକ୍ଷଙ୍କ ଚିନ୍ତା ବଢ଼ିଯାଇଥିଲା। ବାଘଟି କିପରି ବାହାରକୁ ଆସିଲା ସେନେଇ ବନବିଭାଗ କର୍ମଚାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Leave A Reply

Your email address will not be published.