Latest Odisha News

BREAKING NEWS

ହୁସିଆର! ମିଳିଛି ମହାବଳର ପଞ୍ଝା ଚିହ୍ନ…ରାତିରେ ଜଙ୍ଗଲ ଭିତରକୁ ଯାଆନ୍ତୁ ନାହିଁ

ଅନୁଗୁଳ: ଦେବଗଡ ପରେ ଅନୁଗୁଳ  ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ବାଘ। ଛେଣ୍ଡିପଦା ନିକଟସ୍ଥ କଙ୍କୁରପାଳ ଗାଁ ନିକଟରେ ଗତକାଲି ଦେଖିବାକୁ ମିଳିଛି ବାଘର ପଞ୍ଝା ଚିହ୍ନ। ଏହି ପାଦ ଚିହ୍ନ ଛେଣ୍ଡିପଦା ଓ ପାଟକୁଣ୍ତା ଜଙ୍ଗଲରେ ଦେଖିବାକୁ ମିଳିଛି। ପାଦ ଚିହ୍ନକୁ ନେଇ ବନବିଭାଗ ଛାନଭିନ୍‌ ଆରମ୍ଭ କରିଥିବା ବେଳେ ପାଦ ଚିହ୍ନ ମହାବଳ ବାଘର ହୋଇଥିବା ସନ୍ଦେହ କରାଯାଉଛି।

ମହାବଳଟି ନିକଟସ୍ଥ ନଦୀ ଅତିକ୍ରମ କରି ଅନ୍ୟପଟକୁ ଯାଇଥିବା ପଞ୍ଝା ଚିହ୍ନରୁ ସ୍ପଷ୍ଟ ହୋଇଛି। ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି।

ଏପଟେ ଛେଣ୍ଡିପଦା ରେଞ୍ଜ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଡାକବାଜି ଯନ୍ତ୍ର ଜରିଆରେ ଲୋକମାନଙ୍କୁ ମହାବଳ ବାଘ ନେଇ ସଚେତନତା ସୃଷ୍ଟି କରାଯାଇଛି। ରାତି ସମୟରେ ଜଙ୍ଗଲ ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଆହୁରି କୁହାଯାଇଛି ମହାବଳ ବାଘ ନେଇ ଖବର ପାଇଲେ ବନ ବିଭାଗକୁ ଜଣାଇବେ ।

ଛେଣ୍ଡିପଦା ବନଖଣ୍ଡରେ ବାଘର ପଞ୍ଝା ଚିହ୍ନ ମଧ୍ଯ ମିଳିଛି। ବାଘ ଉପରେ ନଜର ରଖିବାକୁ ବନ ବିଭାଗ ପକ୍ଷରୁ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଛି। ଜଙ୍ଗଲର ବିଭିନ୍ନ ସ୍ଥାନରେ କ୍ୟାମେରା ଟ୍ରାପ୍ ଖଞ୍ଜା ଯାଉଛି।

ତେବେ ଅନୁଗୁଳ ଆରସିସିଏଫ ଡକ୍ଟର ସଞ୍ଜୟ କୁମାର ସ୍ୱାଇଁ କହିଛନ୍ତି, ଦେବଗଡ଼ ଅଞ୍ଚଳରେ ମାସେ ହେଲା ଘୁରି ବୁଲୁଥିବା ଏକ ମହାବଳ ବାଘ ଦୁଇ ଦିନ ହେବ ଛେଣ୍ଡିପଦା ଅଞ୍ଚଳକୁ ଆସିଥିବା ନେଇ ରାଉରକେଲା ଆରସିସିଏଫ ଗତକାଲି ଅବଗତ କରାଇଛନ୍ତି।

Comments are closed.