Latest Odisha News

BREAKING NEWS

Tiger footprints spotted: ଠାକୁରମୁଣ୍ଡାରେ ମହାବଳ ବାଘ ଆତଙ୍କ; ପାଦଚିହ୍ନ ଦେଖି ଲୋକେ ଭୟଭୀତ

ମୟୂରଭଞ୍ଜ:ଜିଲ୍ଲାର କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରେ ମହାବଳ ବାଘ ଆତଙ୍କ ସୃଷ୍ଟି ହୋଇଛି। ବାଘର ପାଦ ଚିହ୍ନ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି। ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳର କାଳିଆଜିଆଣୀ ଗାଁ ନିକଟ ସଂରକ୍ଷିତ ଜଙ୍ଗଲକୁ ଶିମିଳିପାଳ କୋର ଏରିଆରୁ ଏକ ମହାବଳ ବାଘ ଚାଲି ଆସିଥିବା ସନ୍ଦେହ କରାଯାଉଛି ।

ବିଶେଷ କରି ହାତୀଗୋଡା ଓ ସାଲେଇବେଡା ପଞ୍ଚାୟତର ଆଖ ପାଖ ଗ୍ରାମ ଗୁଡିକର ଲୋକ ଆତଙ୍କିତ ହୋଇପଡିଛନ୍ତି ।

ଗତକାଲି ଠାରୁ ବାଘ ବୁଲୁଥିବା ଅଞ୍ଚଳରେ ଡାକବାଜି ଦ୍ୱାରା ଲୋକଙ୍କୁ ସଚେତନ କରାଯାଇଛି । ବନବିଭାଗ ଗୃହପାଳିତ ପଶୁ ମାନଙ୍କୁ ମଧ୍ୟ ଜଙ୍ଗଲକୁ ଛାଡିବା ପାଇଁ ବାରଣ କରିଛି । କରଞ୍ଜିଆ ଡ଼ିଏଫଓ ବାଘର ଗତିବିଧିକୁ ନଜର ରଖିବାକୁ ଏକ ସ୍ୱତନ୍ତ୍ର ଟିମ କାର୍ଯ୍ୟ କରୁଥିବା ସୂଚନା ଦେଇଛନ୍ତି ।

ବନ ବିଭାଗର କହିବା ଅନୁଯାୟୀ ଗତ ୨୪ତାରିଖରେ ଶେଷ ଥର ପାଇଁ ତାର ଗତିବିଧି ବିଭାଗୀୟ କାମେରାରେ କଏଦ ହୋଇଥିଲା । ଏବେ ମହାବଳର ସବିଶେଷ ତଥ୍ୟ ମିଳିପାରିନାହିଁ ।

ଅନ୍ୟପଟେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମର ଚାଷ ଜମିରେ ବାଘ ବୁଲୁଥିବା ନେଇ ଅଭିଯୋଗ ହୋଇଛି। ଗୁରୁବାର ସକାଳୁ ଗ୍ରାମର କିଛି ଲୋକ ମନ୍ଦିରରୁ ଫେରିବା ସମୟରେ ଚାଷ ଜମିରେ ବାଘ ବୁଲୁଥିବା ଦେଖି ପ୍ରଥମେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ପରେ ଛତ୍ରପୁର ବନ ବିଭାଗକୁ ଖବର ଦେଇଥିଲେ।

ଅଧିକ ତଦନ୍ତ ପରେ ବାଘ କି ଆଉ କିଛି ଜଣା ପଡିବ ବୋଲି ବନ ଅଧିକାରୀ ବାବୁ ସେଠୀ ସୂଚନା ଦେଇଛନ୍ତି ।

Comments are closed.