ଭୁବନେଶ୍ୱର: ରାଜ୍ୟରେ କମୁଛି ବାଘଙ୍କ ସଂଖ୍ୟା । ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ କେନ୍ଦ୍ର ସରକାର ବାଘ ସଂଖ୍ୟା ନେଇ ରିପୋର୍ଟ ପ୍ରକାଶ କରିଛନ୍ତି । ଯେଉଁଥିରେ ଦର୍ଶାଯାଇଛି ଏବେ ଓଡ଼ିଶାରେ ୨୦ଟି ମହାବଳ ରହିଛନ୍ତି । ୨୦୧୮ରେ ଓଡ଼ିଶାରେ ୨୮ଟି ବାଘ ଥିବା ବେଳେ ୨୦୨୨ରେ ୨୦କୁ ଖସି ଆସିଛି ।
ରାଜ୍ୟରେ ବାଘଙ୍କ ସଂଖ୍ୟା କମୁଥିବା ବେଳେ ଶିମିଳିପାଳରେ ବୃଦ୍ଧି ପାଇଛି । ୨୦୧୮ରେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ୮ଟି ବାଘ ଥିବାବେଳେ ୨୦୨୨ରେ ଏହି ସଂଖ୍ୟା ୧୬କୁ ବୃଦ୍ଧି ପାଇଛି । ୨୦୧୮ ଓ ୨୦୧୪ରେ ଓଡ଼ିଶାରେ ବାଘ ସଂଖ୍ୟାଙ୍କ ସ୍ଥିର ରହିଥିଲା ।
ଏଥିସହ ପଢ଼ନ୍ତୁ: ଗତ ୧୦ ବର୍ଷ ରାଜ୍ୟରେ ମରିଛନ୍ତି ୬ ମହାବଳ ବାଘ: ମନ୍ତ୍ରୀ
ସୂଚନାଯୋଗ୍ୟ, ୨୦୦୬ରେ ଓଡ଼ିଶାରେ ୪୫ଟି ମହାବାଳ ଥିବା ଗଣନାରୁ ଜଣାପଡ଼ିଥିଲା । ୨୦୧୦ରେ ମହାବଳଙ୍କ ସଂଖ୍ୟା ୩୨କୁ ଖସି ଆସିଥିବା ବେଳେ ୨୦୧୪ରେ ୨୮କୁ ଖସିଥିଲା । ଆଉ ଏବେ ୨୦କୁ ଖସି ଆସିଛି । ୧୮ ବର୍ଷ ମଧ୍ୟରେ ଓଡ଼ିଶାରେ ବାଘଙ୍କ ସଂଖ୍ୟା ୫୦ ପ୍ରତିଶତରୁ ଅଧିକ ହ୍ରାସ ପାଇଛି ।
କେନ୍ଦ୍ର ସରକାର ବାଘ ଗଣନା ରିପୋର୍ଟ ପ୍ରକାଶ କରିଥିବା ବେଳେ ରାଜ୍ୟ ସରକାର ଅକ୍ଟୋବାରରୁ ଗଣନା ଆରମ୍ଭ କରିବେ । ୨ଟି ପର୍ଯ୍ୟାୟରେ ବାଘ ଗଣନା କରାଯିବ । ପାଦଚିହ୍ନ ଆଧାର ଓ ଟ୍ରାପ୍ କ୍ୟାମେରାରେ ବାଘ ଗଣନା କରାଯିବ ବୋଲି କହିଛନ୍ତି ଜଙ୍ଗଲ ବିଭାଗ ଅଧିକାରୀ ।
Comments are closed.