Latest Odisha News

BREAKING NEWS

ଟାଇଗରଙ୍କ ସହ ରାମ ମାଧବାନୀ-ମହାବୀର ଜୈନ କରିବେ ଫିଲ୍ମ

ମୁମ୍ବାଇ: ନିର୍ଦ୍ଦେଶକ ରାମ ମାଧବାନୀ ଓ ଲୋକପ୍ରିୟ ନିର୍ମାତା ମହାବୀର ଜୈନ ଏକତ୍ର କେତେଗୁଡିଏ ଫିଲ୍ମ କରିବାକୁ ଯାଉଛନ୍ତି । ଏହା ମଧ୍ୟରେ ଟାଇଗର ଶ୍ରଫଙ୍କୁ ନେଇ ସେମାନେ ଏକ ବଡ ବଜେଟ ଫିଲ୍ମ କରିବେ । ଏଥିରେ ଦର୍ଶକମାନେ ପ୍ରଥମ ଥର ପାଇଁ ଟାଇଗରଙ୍କୁ ଏକ ନୂଆ ରୂପରେ ଦେଖିବେ । ସ୍ପିରିଚୁଆଲ ଥ୍ରୀଲର ଉପରେ ଫିଲ୍ମ ନିର୍ମାଣ ହୋଇଛି । ଏହା ଟାଇଗରଙ୍କ ଫିଲ୍ମ କ୍ୟାରିୟରର ଏକ ଟର୍ଣ୍ଣିଂ ପଂଏଟ ହେବ ବୋଲି ରାମ ମାଧବାନୀ କହିଛନ୍ତି । ଟାଇଗରଙ୍କ ଇମେଜ ଏକ ଆକ୍ସନ ହୀରୋ ଭାବେ ରହିଛି । ଏହି ଫିଲ୍ମରେ ତାଙ୍କ ଅଭିନୟ ଓ ନୂଆ ଲୁକକୁ ଦର୍ଶକ ବେଶ ପସନ୍ଦ କରିବେ ।

ଗ୍ଲୋବାଲ ଦର୍ଶକଙ୍କୁ ଆଖି ଆଗରେ ରଖି ଏହି ଫିଲ୍ମ ନିର୍ମାଣ କରାଯାଇଛି । ୨୦୨୬ ଶେଷ ଭାଗରେ ଏହି ଫିଲ୍ମର ଶୁଟିଂ ଆରମ୍ଭ ହେବ । ଜାପାନରେ ଏହାର ଅଧିକାଂଶ ଶୁଟିଂ କରାଯିବ । ଏବେ ଫିଲ୍ମ ପାଇଁ ଖଳନାୟକ ଖୋଜା ଚାଲିଛି । ରାମ ମାଧବାନୀ ନୀରଜା, ଧମାକା ଓ ଆର୍ଯ୍ୟା ଫିଲ୍ମ ମାଧ୍ୟମରେ ନିଜର ଏକ ପରିଚୟ ସୃଷ୍ଟି କରିପାରିଛନ୍ତି । ଏହା ବ୍ୟତୀତ ଊଚାଇ, କାର୍ତିକ ଆର୍ଯ୍ୟନଙ୍କ ନାଗଜିଲ୍ଲା, ସିଦ୍ଧାର୍ଥ ଆନନ୍ଦ ଓ ବିକ୍ରାନ୍ତ ମେସୀଙ୍କ ଇଂଟରନ୍ୟାଶନାଲ ଥ୍ରୀଲର ହ୍ୱାଇଟ ଓ ସୂଜର ବଡଜାତ୍ୟାଙ୍କ ଆଗାମୀ ଫିଲ୍ମରେ ସହଯୋଗ କରିଛନ୍ତି ।

Comments are closed.