ମୁମ୍ବାଇ: ରୋହିତ ଶେଟ୍ଟୀଙ୍କ ବହୂ ପ୍ରତିକ୍ଷୀତ ସିଂଘମ ଏଗେନରେ ଟାଇଗର ଶ୍ରଫଙ୍କ ଏଂଟ୍ରି ହୋଇଛି । ମେକର୍ସଙ୍କ ପକ୍ଷରୁ ଏହାରୁ ଫାଷ୍ଟ ଲୁକ ଜାରୀ କରାଯାଇଛି । କପ ୟୁନିଭର୍ସର ଏହି ଫିଲ୍ମରେ ଅଜୟ ଦେବଗାନ, ରଣବୀର ସିଂ, ଅକ୍ଷୟ କୁମାର ଅଭିନୟ କରୁଛନ୍ତି । କିଛି ଦିନ ତଳେ ଦୀପିକା ପାଦୁକୋନଙ୍କ ଦମଦାର ପୋଲିସ ଲୁକ ଜାରୀ କରାଯାଇଥିଲା । ରୋହିତ ସୋସିଆଲ ମିଡିଆରେ ଟାଇଗରଙ୍କ ଲୁକ ଜାରୀ କରିବା ସହ ଲେଖିଛନ୍ତି ଇଏ ହେଉଛନ୍ତି ଏସିପି ସତ୍ୟ । ଆପଣଙ୍କୁ ଆମ ଟିମକୁ ସ୍ୱାଗତ । ସଂଘମ, ସୂର୍ଯ୍ୟବଂଶୀ ଓ ସିମ୍ବା ଚରିତ୍ରକୁ ନେଇ ରୋହିତ ସିଂଘମ ଏଗେନ ପ୍ରସ୍ତୁତ କରୁଛନ୍ତି । ୨୦୨୪ରେ ଏହି ଫିଲ୍ମ ରିଲିଜ ହେବ ବୋଲି ସ୍ଥିର ହୋଇଛି । ସିଂଘମ ଏଗେନ ମାଧ୍ୟମରେ କରୀନା କାପୁର ୪ର୍ଥ ଥର ପାଇଁ ରୋହିତଙ୍କ ସହ କାମ କରୁଛନ୍ତି ।
ରିପୋର୍ଟ ମୁତାବକ ଏହାର କ୍ଲାଇମାକ୍ସ ଶୁଟିଂ ପାଇଁ ରୋହିତ ୨୫ କୋଟିର ବଜେଟ ରଖିଛନ୍ତି । କରୀନା ମଧ୍ୟ ରୋହିତଙ୍କ ସହ କାମ କରିବା ପାଇଁ ସର୍ବଦା ଆଗ୍ରହୀ ବୋଲି କହିଛନ୍ତି । ଅନ୍ୟ ଫିଲ୍ମଗୁଡିକ ତୁଳନାରେ ରୋହିତ ସିଂଘମ ଏଗେନକୁ ଭବ୍ୟ ଆକାରରେ ନିର୍ମାଣ କରୁଛନ୍ତି । ଅକ୍ଟୋବର ୭ରେ ଏହାର ଶୁଟିଂ ଆରମ୍ଭ ହୋଇଥିବା ସେ ଘୋଷଣା କରିଛନ୍ତି ।
Comments are closed.